ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୀପାବଳି ଶୁଭେଚ୍ଛା: ପ୍ରଦୂଷଣମୁକ୍ତ ସବୁଜ ଦୀପାବଳି ପାଳନର ଆହ୍ୱାନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୀପାବଳି ଶୁଭେଚ୍ଛା: ପ୍ରଦୂଷଣମୁକ୍ତ ସବୁଜ ଦୀପାବଳି ପାଳନର ଆହ୍ୱାନ
Spread the love

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଦୀପାବଳିର ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସେ କହିଛନ୍ତି, “ଦୀପାବଳି ହେଉଛି ଆଲୋକ ଓ ଆନନ୍ଦର ପର୍ବ। ଏହି ପର୍ବ ଆମ ଜୀବନରୁ ଅନ୍ଧକାରକୁ ଦୂର କରି ଜ୍ଞାନ ଓ ଶାନ୍ତିର ଆଲୋକ ଆଣେ।”ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି ଯେ, ସମସ୍ତେ ପ୍ରଦୂଷଣମୁକ୍ତ ସବୁଜ ଦୀପାବଳି ପାଳନ କରି ପରିବେଶକୁ ସୁରକ୍ଷିତ ରଖନ୍ତୁ।ସେ ରାଜ୍ୟର ଭାଇ ଓ ଭଉଣୀମାନଙ୍କୁ ଶାନ୍ତି, ସମୃଦ୍ଧି ଓ ଆନନ୍ଦର ଶୁଭକାମନା ଜଣାଇଛନ୍ତି।