ନକଲି ନୋଟ୍‌ରେ ବାଇକ୍‌ କିଣିବାକୁ ଯାଇ ଧରାପଡ଼ିଲା ନାବାଳକ

ନକଲି ନୋଟ୍‌ରେ ବାଇକ୍‌ କିଣିବାକୁ ଯାଇ ଧରାପଡ଼ିଲା ନାବାଳକ

ନକଲି ନୋଟ୍‌ରେ ବାଇକ୍‌ କିଣିବାକୁ ଯାଇ ଧରାପଡ଼ିଲା ନାବାଳକ

ବରଗଡ଼: ନକଲି ନୋଟ୍‌ ଦେଇ ସେକେଣ୍ଡ ହ୍ୟାଣ୍ଡ ବାଇକ୍‌ କିଣିବାକୁ ଯାଇ ପୋଲିସ ହାତରେ ଧରାପଡ଼ିଛି ଜଣେ ନାବାଳକ। ବରଗଡ଼ ଟାଉନ୍‌ ଥାନା ପୋଲିସ ତାଙ୍କୁ ଧରି ପଚରାଉଚରା କରୁଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ନାବାଳକ ଜଣକ ସୁନ୍ଦରଗଡ଼ରୁ ବରଗଡ଼ ଆସି ଏକ ସେକେଣ୍ଡ ହ୍ୟାଣ୍ଡ ବାଇକ୍‌ କିଣିବାକୁ ଯାଇଥିଲା। ଟଙ୍କା କାରବାର ସମୟରେ ନକଲି ନୋଟ୍‌ ଥିବା ସନ୍ଦେହ ହେବାରୁ ଘଟଣା ସାମ୍ନାକୁ ଆସିଥିଲା।ପୋଲିସ ତାଙ୍କ ନିକଟରୁ ପ୍ରାୟ ୪୫ ହଜାର ଟଙ୍କାର ନକଲି ନୋଟ୍‌ ଜବତ କରିଥିବା ସୂଚନା ରହିଛି। ଜବତ ନୋଟ୍‌ ମଧ୍ୟରେ ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ ଥିବା ଜଣାପଡ଼ିଛି।ଘଟଣାରେ ନକଲି ନୋଟ୍‌ କେଉଁଠାରୁ ଆସିଲା ଏବଂ ଏହା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ଟାଉନ୍‌ ଥାନା ପୋଲିସ ତଦନ୍ତ ଜାରି ରଖିଛି।