ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଗସ୍ତ କଲେ ବ୍ରହ୍ମପୁର ସାଂସଦ,ବିସ୍ଥାପିତଙ୍କ ସହ ଆଲୋଚନା,ରାଜ୍ୟ ସରକାରଙ୍କ ନିକଟରେ କରିବେ ଅଭିଯୋଗ !

ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଗସ୍ତ କଲେ ବ୍ରହ୍ମପୁର ସାଂସଦ,ବିସ୍ଥାପିତଙ୍କ ସହ ଆଲୋଚନା,ରାଜ୍ୟ ସରକାରଙ୍କ ନିକଟରେ କରିବେ ଅଭିଯୋଗ !
Spread the love

ଛେଳିଗଡ଼ ଜଳସେଚନ ପ୍ରକଳ୍ପ ଗସ୍ତ କଲେ ବ୍ରହ୍ମପୁର ସାଂସଦ,ବିସ୍ଥାପିତଙ୍କ ସହ ଆଲୋଚନା,ରାଜ୍ୟ ସରକାରଙ୍କ ନିକଟରେ କରିବେ ଅଭିଯୋଗ !

ଗଜପତି,(ମନୋଜ ପାଢୀ)

ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଳକ୍ ମହେନ୍ଦ୍ରଗଡ଼ ସ୍ଥିତ ଛେଳିଗଡ଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ଗସ୍ତ କରିଛନ୍ତି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ସାଂସଦଙ୍କ ଏହି ଗସ୍ତ ସମୟରେ ପ୍ରକଳ୍ପ ହେବାକୁ ଥିବା ସ୍ଥାନରୁ ବିସ୍ଥାପିତ ହେଉଥିବା ୫ ଖଣ୍ଡ ଗ୍ରାମବାସୀଙ୍କ କ୍ଷତିପୂରଣ,ସେମାନଙ୍କ ଥଇଥାନ ଓ ଅନ୍ୟାନ୍ୟ ବିଷୟରେ ବୁଡିଅଞ୍ଚଳ ସଂଗ୍ରାମ ସମିତିର ସଭାପତି ଚୈତନ୍ୟ ସାହୁଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଆଗାମୀ ଦିନରେ ସରକାରଙ୍କ ନିକଟରେ ସମସ୍ତ ଦାବୀ ଉପସ୍ଥାପନ କରି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଇ କାର୍ଯ୍ୟକ୍ରମ ସମୟରେ,ଉପ ଜିଲ୍ଲାପାଳ ଅନୁପ ପଣ୍ଡା,ପ୍ରକଳ୍ପ ଅଧିକାରୀ ବିରେନ୍ଦ୍ର କୁମାର ଜଗତ, ସ୍ବତନ୍ତ୍ର ଭୁ-ଅର୍ଜନ ଅଧିକାରୀ ତଥା ପୂନଃବାସ ଓ ଥଇଥାନ ଅଧିକାରୀ, ତହସିଲ ଦାର ଜ୍ୟୋତିର୍ମୟ ଦାସ,ଅତିରିକ୍ତ ମୂଖ୍ୟ ଯନ୍ତ୍ରୀ ଜୟଦୀପ ପଣ୍ଡା, ଜୋନ ଅଧିକାରୀ ଶିବାଶିଷ ପଣ୍ଡା ଓ ଭୋଳାନାଥ ବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ,ସ୍ଥାନୀୟ ଜିଲ୍ଲାପରିଷଦ, ବିଜେପି ମଣ୍ଡଳ ସଭାପତି ଅନେକ ବୁଦ୍ଧିଜୀବୀ ତଥା କ୍ଷତିଗ୍ରସ୍ତ ବିସ୍ଥାପିତ ଅଞ୍ଚଳର ୧୫୦ ଉର୍ଦ୍ଧ ଜନ ସାଧାରଣଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା।