ବିଦ୍ୟାଧର ପାତ୍ର କଂ ସ୍ମୃତି ସଭା ।————————
ଗଜପତି ଚଳିତ ମାସ 11 – 11 – 2026 ତାରିଖ ଦିନ(ମନୋଜ କୁମାର ପାଢୀଙ୍କ ରିପୋର୍ଟ) ସି ପି ଆଇ (ଏମଏଲ) ଲିବରେସନ ତରଫରୁ ଗଜପତି ଜିଲ୍ଲା ଘୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ର ନକସଲବାଡି ମହାନ ନେତା ସାଥୀ ବିଦ୍ୟାଧର ପାତ୍ର କଂ ପ୍ରଥମ ସ୍ମୃତି ସଭା ରେ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର,ଏମ ମାଲେସ୍ଵର ରାଓ, ଜନା ସୁବାସ (ସିପିଆଇ) , ମହେନ୍ଦ୍ର ପରିଡା, ବଇଁଶିଧର ପରିଡା, ଧାନେଶ (ଏପିସିଏଲ) ଆନ୍ଧ୍ରପ୍ରଦେଶ (ଉପ ସଭାପତି), ପିତବାସ ସାମଲ, ନୀଳମଣି ପାତ୍ର, ରିଟୁ ପାତ୍ର (ସରପଞ୍ଚ), ପି ମୋହନ ରାଓ (ସମିତି ସଭ୍ୟ) ସମେତ ପୁଅ ରାଜୁ ଓ କୁକୁ ବିଦ୍ୟାଧର ପାତ୍ର କଂ ସ୍ମୃତି ସଭା ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ବିଦ୍ୟାଧର ପାତ୍ର ୧୯୪୮ ମସିହାରେ ଏକ ଗରିବ କୃଷକ, ଶ୍ରମିକ ପରିବାରରେ ପିତା- ଦୁର୍ଲ୍ଲଭ ପାତ୍ର ଓ ମାତା ଗେଲି ପାତ୍ରଙ୍କ ଚତୁର୍ଥ ସନ୍ତନା ଭାବେ ଭୂମିଷ୍ଟ ହୋଇଥିଲେ । ଜନ୍ମମାଟି ଗୁରାଣ୍ଡି ଗ୍ରାମରେ ବଢ଼ି, ସେଠାରେ ମାଧ୍ଯମିକ ଶିକ୍ଷା ସମାପ୍ତ କରିଥିଲେ ଓ ଜୀବନ ସଗ୍ରାମର ତାଡ଼ନାରେ କଲିକତା ଯାଇ ହିନ୍ଦ୍ ମୋଟର କମ୍ପାନୀର ଏକ ଶ୍ରମିକ ଭାବେ କାମ କରିଥିଲେ ।
ଗୁରାଣ୍ଡି ଗ୍ରାମରେ ରହିବା ସମୟରୁ ତାଙ୍କର ବଡ଼ଭାଇ ରଘୁ ପାତ୍ରଙ୍କ କମ୍ୟୁନିଷ୍ଟ କାର୍ଯ୍ୟକଳାପ ତାଙ୍କୁ ପ୍ରଭାବିତ କରିଥିଲା । ସେତେବେଳେ ଗଞ୍ଜାମ ଓ କୋରପୁଟ ଜିଲ୍ଲା ଆନ୍ଧ୍ର କମିଟିର ଅଂଶ ଥିଲା । ଫଳରେ ଆନ୍ଧ୍ର ସାଥୀମାନଙ୍କର ବୈଠକ ଓ ଆଲୋଚନା ପାଇଁ କ, ରଘୁ ପାତ୍ରଙ୍କ ଘର ଏକ ପ୍ରମୁଖ କେନ୍ଦ୍ର ପାଲଟିଥିଲା । ତାଙ୍କ ଘରକୁ ଶ୍ରୀକାକୁଲମ୍ ଆଦିବାସୀ ଆନ୍ଦୋଳନର ନିର୍ମାତା ଶହୀଦ କ. ଭେମ୍ପାଟୁ ସତ୍ୟନାରାୟଣ ଓ ଗୁଣ୍ଡୁର ଜିଲ୍ଲାରୁ ଆସିଥୁବା ଚାଗଣ୍ଡି ଭାସ୍କର ରାଓଙ୍କ ପରି ସାଥୀମାନେ ରଘୁ ପାତ୍ରଙ୍କ ସହ ଆଲୋଚନା କରିବା ପାଇଁ ଆସୁଥିଲେ । ଆନ୍ଦୋଳନ ଆରମ୍ଭ ହେବା ସହିତ ଶ୍ରୀକାକୁଲମ୍ ଆନ୍ଦୋଳନ ଚାଲିଥିବା ସମୟରେ କ. ପାତ୍ର ଏଠାରେ ପାର୍ଟି କାର୍ଯ୍ୟକଳାପ ଚଳାଇବା ପାଇଁ ନିଜର ଚାକିରି ଛାଡ଼ି ଗାଁକୁ ଫେରିଆସିଥିଲେ । କଲିକତାରେ ରହିବା ସମୟରେ ତାଙ୍କର ବାମପନ୍ଥୀ ଚିନ୍ତାଧାରା ଆହୁରି ଦୃଢ ହୋଇଥିଲା । କଲିକତାରୁ ଫେରି ସେ ବିବାହ କରିଥିଲେ । ବିବାହର କିଛିଦିନ ପରେ ପୁଣି ବ୍ରହ୍ମପୁର ଯାଇ ଗୁମାସ୍ତା ଭାବେ କାର୍ଯ୍ୟ କରିଥିଲେ । ସେଠାରେ ନିଜ ସହ କାମ କରୁଥିବା ଲୋକଙ୍କ ସହ ମତଭେଦ ହେବାରୁ ପୁଣି ଚାକିରି ଛାଡ଼ି ଘରକୁ ଫେରିଆସିଲେ । ସେତେବେଳେ ଶ୍ରୀକାକୁଲମ୍ ଆନ୍ଦୋଳନ ତୀବ୍ର ହେବା ସହିତ ଓଡ଼ିଶା ପୋଲିସ୍ ଗୁଣୁପୁର ଷଡ଼ଯନ୍ତ୍ର ମାମଲା ରୁଜୁ କରିଥିଲେ ।
ବହୁ ବର୍ଷ ପରେ ଖଲାସ ହେବା ପରେ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଧାନସଭା ରେ ଦୁଇ ଥର ପ୍ରତିଧ୍ଵଦିଂତା କରିଥିଲେ।ସ୍ମୃତି ଦିବସ ରେ ଉପସ୍ଥିତ ଥିଲେ ବୃନ୍ଦାବନ ବିଡିକା, ଅନାସିମ ଶବର, ନରସିଂହ ମଣ୍ଡଳ, ମୂରଲୀଧର ବେହରା, ତାରିଣୀ ଦଳାଇ, ସର୍ବଶ୍ୱେର ଭାରତୀ,ସୁରେନ୍ଦ୍ର ପାଢି,ଶିବ ପାତ୍ର, ମାଣାଗିଂ ମାଧବ ରାଓ,ଗଣପତି ତୋଇକା, ରଜନୀ, ଲାଜାର ରଇତ, ମାଥ୍ୟୁ ରଇତ, ଜାକବ କାର୍ଯୀ, ରବିନ୍ଦ୍ର ବେହେରା, ଝିରମିୟ ରଇତ, ସଞ୍ଜୟ ରାଉତ, ଶ୍ରୀନୁ ବେହେରା, ସର୍ବ ଶ୍ରୀ ଗମାଙ୍ଗ, କାମାୟା କାରାୟା, ରଜନୀ ଓ ରୁଷି ,ନିବେଦକ ତ୍ରିପତି ଗମାଙ୍ଗ ରାଜ୍ୟ କମିଟି ସଭ୍ୟସିପିଆଇ(ଏମ୍ଏଲ) ଲିବରେସନ ଗଜପତି
