ରାୟଗଡା ବିଜେଡି ପକ୍ଷରୁ ନବୀନ ପଟ୍ଟନାୟକ ଙ୍କ ୭୯ ତମ ଜନ୍ମଦିବସ ପାଳିତ
ରାୟଗଡା ( ଅମୁଲ୍ୟ ନିଶଙ୍କ ) ରାୟଗଡା ଜ଼ିଲ୍ଲା ବିଜୁ ଜନତା ଦଳ ସଭାପତି ଜଗନ୍ନାଥ ସାରକା ଙ୍କ ନେତୃତ୍ୱ ରେ ଓଡିଶା ର ପୂର୍ବତନ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ୭୯ ତମ ଜନ୍ମଜୟନ୍ତୀ ଅତି ଆଡମ୍ବର ରେ ପାଳିତ ହୋଇଯାଇଛି l ଏହି ଅବସୋର ରେ ଆଜି ବିଜେଡି ପକ୍ଷରୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଏବଂ ମାତୃଶକ୍ତି ବୃଦ୍ଧା ଆଶ୍ରମରେ ଥିବା ବରିଷ୍ଠ ନାଗରିକମାନଙ୍କୁ ଫଳ ବଣ୍ଟନ କରାଯାଇ, ସେବା ଓ ସମ୍ମାନ ଜଣାଯାଇଥିଲା ଏଥିସହିତ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ପ୍ରଦୀପ ପ୍ରଜ୍ୱଳନ କରି ନବୀନ ପଟ୍ଟନାୟକ ଙ୍କ ଦୀର୍ଘାୟୁ ଓ ଆରୋଗ୍ୟ ପାଇଁ ପ୍ରାର୍ଥନା କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ଜଗନ୍ନାଥ ସରକା ଙ୍କ ସହିତ ବିଜେଡି ର ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ଜ଼ିଲ୍ଲା ସଭାପତି ଶ୍ରୀ ସୁଧୀର କୁମାର ଦାସ, ରାୟଗଡ଼ା ପୌରପାଳିକା ଅଧକ୍ଷ ଶ୍ରୀ ମହେଶ ପଟ୍ଟନାୟକ, ରାୟଗଡା ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ଏସ ଡି ସି ସି ଆଧକ୍ଷା ଶ୍ରୀମତୀ ଅନୁସୟା ମାଝି, ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ସରସ୍ୱତୀ ମାଝି, ରାୟଗଡ଼ା ପୌରପାଳିକା ଉପାଧକ୍ଷା ଶ୍ରୀମତୀ ସୁଭ୍ରା ପଣ୍ଡା, ସନ୍ତୋଷ ରଥ ଟିଟ ଭାଇ, ସତ୍ୟ ପାଢ଼ୀ, ବୁଲୁ ପାଢ଼ୀ,ପୋନ୍ତୁରୁ ମାନିରାତନମ, ମାଡାରାଓ କଣ୍ଡଗୋରି,ବ୍ରଜ ନାୟକ, ନୀଳ ଗନ୍ତାୟତ , ବିନାୟକ ପୋଲାଇ, ଦେବାଶିଷ ଖଡ଼ଙ୍ଗା, ଅମ୍ବିକା ବିଡିକା,ୟୁବ ନେତା ଉଦୟ ହିମିରିକା, ବନୀ ପଟ୍ଟନାୟକ ସହିତ ଅନେକ ବିଜୁ ଜନତା ଦଳର ଯୁବ, ଛାତ୍ର ଓ ନବୀନ ପ୍ରେମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମସ୍ତେ ମିଶି ନବୀନ ପଟ୍ଟନାୟକ ଙ୍କ ଦୀର୍ଘାୟୁ, ସୁସ୍ଥତା ଓ ଶୁଭକାମନା ଜଣାଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ବିଜୁ ସ୍ୱାଭିମାନ ମଞ୍ଚ ର ରାୟଗଡା ପୌର ପରିଷଦ ଅଧକ୍ଷ ମହେଶ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକା ଙ୍କ ନାତି ଉଦୟ ହିମିରିକା ଓ ପୂର୍ବତନ ପୌର ପରିଷଦ କାଉନସିଳେର ଈଶ୍ୱର ଆମ୍ମା ଆଜିର ଏହି ନବୀନ ପଟ୍ଟନାୟକ ଙ୍କ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥୀବା ର ଦେଖିବାକୁ ମିଳିଥିଲା l ଆସନ୍ତା କିଛିଦିନ ରେ ବହୁ ଲୋକ ବିଜୁ ସ୍ୱାଭିମାନ ମଞ୍ଚ ଛାଡି ବିଜେଡି ରେ ମିଶିବା ଆଲୋଚନା ସହର ରେ ଚାଲିଛି l ବିଜେଡି ଦଳ କୁ ଧରି ଆମେ ବ୍ୟକ୍ତି ବିଶେଷ କୁ ଧରି ନୁହେଁ ବୋଲି ବିଜୁ ସ୍ୱାଭିମାନ ମଞ୍ଚ ର ବହୁ ବ୍ୟକ୍ତି କଥାବାର୍ତା ହେଉଥିବା ଶୁଣିବାକୁ ମିଳୁଛି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
ରାୟଗଡା ବିଜେଡି ପକ୍ଷରୁ ନବୀନ ପଟ୍ଟନାୟକ ଙ୍କ ୭୯ ତମ ଜନ୍ମଦିବସ ପାଳିତ

