ଝରାପାଲି ଗ୍ରାମ ଠାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ଝରାପାଲି ଠାରେ ୨୧ତମ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଯାଇଛି।ଝରାପାଲି ଗ୍ରାମର ସମସ୍ତ ସହଯୋଗ ରେ ସକାଳେ ଦିନ ୧୦ଟା ସମୟରେ ନିକଟସ୍ଥ ବନ୍ଧ ରୁ ସଂପୂର୍ଣ୍ଣ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରି ୧୦୮ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପ ଠାରେ ସ୍ଥାପନା କରଯାଇଥିଲା। ଏଥିରେ କର୍ତା ଭାବରେ ଡିଂଗର ନଈ ଧର୍ମପତ୍ନୀ ପ୍ରମାଲା ନଈ ପୂଜା କାର୍ଯ୍ୟ ତୁଲାଉଛନ୍ତି। ଏଥିରେ ମୁଖ୍ୟ ପଣ୍ଡିତ ଭାବରେ ପଣ୍ଡିତ ଦୁଃଖୀଶ୍ଯାମ ମିଶ୍ର ଓ କୀର୍ତ୍ତି ମହାପାତ୍ର ପୂଜାର୍ଚ୍ଚନା କରୁଛନ୍ତି। ଏଥିରେ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି ସୁବ୍ରତ କୁମାର ଚାନ୍ଦ,ସଂପାଦକ ମଧୁସୂଦନ ରାଉତ ଓ ଉପଦେଷ୍ଟା ଲତାଗିରି ନଈ ଓ ସଦସ୍ଯ ନିକୁ, ଆଶିଷ, ଆଲୋକ, ପ୍ରଶାନ୍ତ, କୂଳମଣି, କଳ୍ପ ଓ ଝରାପାଲି ଗ୍ରାମବାସୀ ସହଯୋଗ କରୁଛନ୍ତି।
