ହନୁମାନ ମନ୍ଦିର ପ୍ରତିଷ୍ଠା ଅବସର ରେ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି

ହନୁମାନ ମନ୍ଦିର ପ୍ରତିଷ୍ଠା ଅବସର ରେ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି

ହନୁମାନ ମନ୍ଦିର ପ୍ରତିଷ୍ଠା ଅବସର ରେ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ)ବରଗଡ଼ ଜିଲ୍ଲା ପଦମପୁର ଅନ୍ତର୍ଗତ ସର୍ଗିବାହାଲ ସ୍ଥିତ ବିଶି ପାଲି ଗ୍ରାମ ରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ବିଶି ପାଲି ଗ୍ରାମବାସୀ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ବରେଣ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଶିରୀଶ କୁମାର ବହିଦାର, ଗୋକୁଲା ନନ୍ଦ ସାହୁ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ।ଏହି ଶିବିର ରୁ ପଦମପୁର ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ମନ୍ଦିର ପ୍ରତିଷ୍ଠା କମିଟି ସଭାପତି କୁଳମଣୀ ସାହୁ, ଅଶୋକ ସାହୁ, ବେଣୁଧର ସାହୁ ଦୁର୍ଯୋଧନ ସାହୁ , ବିଶି ପାଲି ଗ୍ରାମବାସୀ, ମନ୍ଦିର ପ୍ରତିଷ୍ଠା କମିଟି ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ପରିଶେସ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ମନ୍ଦିର ପ୍ରତିଷ୍ଠା କମିଟି କୁ ରାବଣ ଦରବାର ରେ ଆମ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ବିଶେଷ କରି ବିଶି ପାଲି ଗ୍ରାମବାସୀ ଓ ମନ୍ଦିର ପ୍ରତିଷ୍ଠା କମିଟି କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।