ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କାମଦେବଙ୍କୁ ନିଜ ଜନ୍ମମାଟିରେ କଲେ ସମ୍ବର୍ଦ୍ଧିତ ।

ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କାମଦେବଙ୍କୁ ନିଜ ଜନ୍ମମାଟିରେ କଲେ ସମ୍ବର୍ଦ୍ଧିତ ।

ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କାମଦେବଙ୍କୁ ନିଜ ଜନ୍ମମାଟିରେ କଲେ ସମ୍ବର୍ଦ୍ଧିତ ।ଗଜପତି,୧୫.୪(ମନୋଜ ପାଢ଼ୀ)-: ରା ଉଦୟଗିରି ତା 12.04.26 ରିଖ ରବିବାର ଦିନ ଲବାରସିଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିଜ ଜନ୍ମ ମାଟି ରାଇପୁର ଗ୍ରାମରେ ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବ ମନୋନୀତ ଅଧ୍ୟକ୍ଷ ଶ୍ରୀ କାମଦେବ ବଡ଼ନାୟକଙ୍କୁ ଗ୍ରାମବାସୀ ଉତ୍ସ୍ଵଶିତ ସମ୍ବର୍ଦ୍ଧନା କରିଛନ୍ତି | ପ୍ରଥମେ ଗାଁର ପାତ୍ର ଶ୍ରୀ ନୀଳକଣ୍ଠ ପାତ୍ରଙ୍କୁ ନିମନ୍ତ୍ରଣ କରିବା ପରେ ଗାଁର ସମସ୍ତ ମା ଭଉଣୀ ଓ ଗ୍ରାମବାସୀ ହୁଳହୁଳି,ସଂକୀର୍ତନ ମଣ୍ଡଳୀ ସହ କାମଦେବ ବାବୁଙ୍କ ବାସଗୃହକୁ ଯାଇ ତାଙ୍କୁ ପାଛୋଟି ଆଣି ଏକ ସ୍ୱତନ୍ତ୍ର ମଞ୍ଚରେ ଗ୍ରାମବାସୀଙ୍କ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା | ପୂର୍ବତନ ସରପଞ୍ଚ ଶ୍ରୀ ସତ୍ୟବାଦୀ ପାଇକ ଓ ଶ୍ରୀ ରବୀନ୍ଦ୍ର ନାଥ ରଥଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ ପୁରସ୍କୃତ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ଶ୍ରୀ ଦୁଃଖିଶ୍ୟାମ ପାତ୍ର (କୁନା), ଶ୍ରୀ ଉତ୍ତମ ମାଝୀ, ଶ୍ରୀ ପ୍ରଭଞ୍ଜନ ବିଷୋୟୀରତ୍ନ, ଶ୍ରୀ ବି ମନୋଜ ଦୋରା, ଶ୍ରୀ ମାନସ ପଟ୍ଟନାୟକ ଆଦି ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ |ରାଇପୁର ଭଳି ଏକ ଛୋଟ ଗାଁରୁ କାମଦେବ ବାବୁଙ୍କୁ ଚୟନ କରିଥିବାରୁ ରାଜ୍ୟ ସରକାରଙ୍କୁ ଅତିଥିବୃନ୍ଦ କୃତଜ୍ଞତା ଜ୍ଞାପନ କରିଥିବା ବେଳେ କାମଦେବ ବାବୁଙ୍କ ଉଚ୍ଚ ଚିନ୍ତାଧାରା, ସାମଗ୍ରୀକ ବିକାଶ ଓ ଦୃଢ଼ମନୋବଳ ପାଇଁ ଅତିଥି ବୃନ୍ଦ ଭୁୟସୀ ପ୍ରଶଂସା କରିଥିଲେ | ଅଞ୍ଚଳର ବିଭିନ୍ନ ସମସ୍ୟା ଗୁଡିକର ସମାଧାନ ଦିଗରେ ଧ୍ୟାନ ଆକର୍ଷଣ କରିବା ପାଇଁ ପରାମର୍ଶ ଦେଇଥିଲେ | ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦଣ୍ଡନାଚର ନାଟକକୁ କାମଦେବ ବାବୁ ନିଜ କର କମଳରେ ଉଦଘାଟନ କରିଥିଲେ | ଶ୍ରୀ ସତ୍ୟବାଦୀ ପାଇକ ଧନ୍ୟବାଦ ଅର୍ପଣ କରିଥିଲେ |