‘ସାମର୍ଥ୍ୟ ୨୦୨୬’ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଭୁବନେଶ୍ୱରର MMIT ଅଡିଟୋରିୟମରେ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ‘ସାମର୍ଥ୍ୟ ୨୦୨୬’ ଆୟୋଜିତ ହୋଇଛି।ଦିବ୍ୟାଙ୍ଗଜନଙ୍କ ପ୍ରତିଭା, ଆତ୍ମବିଶ୍ୱାସ ଓ ସଫଳତାକୁ ସିନେମା ମାଧ୍ୟମରେ ଉପସ୍ଥାପନ କରିବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଦେଶର ବିଭିନ୍ନ ସ୍ଥାନରୁ ୬୨ଟି ଚଳଚ୍ଚିତ୍ର ଆସିଥିବା ବେଳେ ୩୮ଟି ଚଳଚ୍ଚିତ୍ର ଚୂଡ଼ାନ୍ତ ପ୍ରଦର୍ଶନ ପାଇଁ ଚୟନ ହୋଇଥିଲା।ଜାତୀୟ ବିଭାଗରେ ‘Tune of Life’ ଓ ‘Medal’ ଯୌଥ ଭାବେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଓଡ଼ିଆ ବିଭାଗରେ ‘ଅନ୍ତର୍ଦୃଷ୍ଟି’ ଓ ‘ଲିକ୍ (Leak)’ ଯୌଥ ଭାବେ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ହାସଲ କରିଥିଲେ।ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ବିଭାଗୀୟ ଅଧିକାରୀ, କଳାକାର, ଚଳଚ୍ଚିତ୍ର ନିର୍ମାତା ଓ ସାମାଜିକ କର୍ମୀମାନେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।
‘ସାମର୍ଥ୍ୟ ୨୦୨୬’ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଆୟୋଜିତ
