ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ସମ୍ବେଦନଶୀଳ ଅଞ୍ଚଳ ଓ ରିଲିଫ୍ କେନ୍ଦ୍ର ପରିଦର୍ଶନ ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ସମ୍ବେଦନଶୀଳ ଅଞ୍ଚଳ ଓ ରିଲିଫ୍ କେନ୍ଦ୍ର ପରିଦର୍ଶନ ।

*ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ସମ୍ବେଦନଶୀଳ ଅଞ୍ଚଳ ଓ ରିଲିଫ୍ କେନ୍ଦ୍ର ପରିଦର୍ଶନ ।

ଗଜପତି (ମନୋଜ କୁମାର ପାଢୀ ଙ୍କ ରିପୋର୍ଟ):-ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ କାଶୀନଗର ବ୍ଲକର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ଓ ଅସ୍ଥାୟୀ ରିଲିଫ୍ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।ସାରାସ୍ଥିତ ଅସ୍ଥାୟୀ ରିଲିଫ୍ କେନ୍ଦ୍ରରେ ଆଶ୍ରୟ ନେଇଥିବା ସ୍ଥାନାନ୍ତରିତ ଲୋକମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ। ସେମାନଙ୍କୁ ରିଲିଫ୍ କେନ୍ଦ୍ରରେ ଯୋଗାଇ ଦିଆଯାଉଥିବା ଖାଦ୍ୟ, ପାନୀୟ ଜଳ, ରହିବା ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ଆବଶ୍ୟକତା ନେଇ ମତାମତ ନେଇଥିଲେ।ବାତ୍ୟା ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସମସ୍ତ ପ୍ରକାର ପ୍ରସ୍ତୁତି ଓ ଆବଶ୍ୟକ ବ୍ୟବସ୍ଥା ସୁନିଶ୍ଚିତ କରିବା ନେଇ ପ୍ରଶାସନ ପକ୍ଷରୁ ତତ୍ପରତା ଜାରି ରହିଛି।ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଉପ ଜିଲ୍ଲାପାଳ ଭଗତ ଶ୍ୟାମଲ କଲ୍ୟାଣ ରାଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଡମ୍ବରୁଧର ମଲ୍ଲିକ ଓ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଗଣଙ୍କ ସମେତ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।