ଶଙ୍ଖ ଧରିବା ପରେ ସୁଜାତା ଙ୍କୁ ଅଭିନନ୍ଦନ ଜଣାଇଲା ରାୟଗଡ ବିଜେଡି

ଶଙ୍ଖ ଧରିବା ପରେ ସୁଜାତା ଙ୍କୁ ଅଭିନନ୍ଦନ ଜଣାଇଲା ରାୟଗଡ ବିଜେଡି

ଶଙ୍ଖ ଧରିବା ପରେ ସୁଜାତା ଙ୍କୁ ଅଭିନନ୍ଦନ ଜଣାଇଲା ରାୟଗଡ ବିଜେଡି

ରାୟଗଡ ( info media) ବିଜେଡିଓ ଦଳରେ ମିଶିଲେ ସୁଜାତା ବିଜେଡି ସୁପ୍ରିମୋ ନବୀନ ଉତ୍ତରୀୟ ପକାଇ ସ୍ୱାଗତ କରିଲେ !ପୂର୍ବତନ IAS ଅଧିକାରୀ ତଥା ଭି. କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା ରାଉତ କାର୍ତ୍ତିକେୟନ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦେଇ ଶଙ୍ଖ ଧରିଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ପରେ ତାଙ୍କର ଏହି ରାଜନୈତିକ ପ୍ରବେଶ ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଆଗାମୀ ଦିନରେ ସଂଗଠନ ସୁଦୃଢ଼ କରିବା ସହ ଦଳୀୟ କାର୍ଯ୍ୟକ୍ରମରେ ସେ ସକ୍ରିୟ ଭୂମିକା ନେବେ ବୋଲି ବିଜେଡି ପକ୍ଷରୁ ଆଶା କରାଯାଉଛି। ଏହି ପରିପେକ୍ଷ ରେ ସୁଜାତା ମେଡମଙ୍କ ବିଜୁ ଜନତା ଦଳରେ ଯୋଗଦାନ ନିଶ୍ଚିତ ଭାବେ ଦଳକୁ ଆହୁରି ସୁଦୃଢ଼ ଓ ଜନମୁଖୀ କରିବ। ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପେଟଟନାୟକ ଙ୍କ ଏହି ନିଷ୍ପତ୍ତିକୁ ଆମେ ରାୟଗଡ଼ା ଜିଲ୍ଲାବାସୀ ହୃଦୟର ସହ ସ୍ୱାଗତ ଜଣାଉଛୁବୋଲି ରାୟଗଡ ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା, ସୁଧୀର ଦାସ, ରାଜ୍ୟ ବିଜେଡି ର ବରିଷ୍ଟ ଉପସଭାପତି ଜଗଦୀଶ ପାତ୍ର, ବିନାୟକ ପୋଲାଈ, ଉଦୟ ହିମିରିକା, ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି ଗୌରୀ ଶଙ୍କର, ଜ଼ିଲ୍ଲା ବିଜେଡି ଉପସଭାପତି ତଥା କୋଳନରା ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ଵସର ନାଇଡ଼ୁ, ଜ଼ିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଅନୁସୟା ମାଝୀ lସୁଜାତା ମେଡମଙ୍କ ଯୋଗଦାନ ଦଳକୁ ନୂତନ ଶକ୍ତି, ଉତ୍ସାହ ଓ ସଂଗଠନାତ୍ମକ ଦୃଢତା ପ୍ରଦାନ କରିବ ବୋଲି ଆଶା କରୁଛୁ ବୋଲି ଜ଼ିଲ୍ଲା ସଭାପତି ସାରକା କହିଛନ୍ତି l ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ସୁଜାତା ମେଡମ।ଆପଣଙ୍କ ଆଗାମୀ ରାଜନୈତିକ ଯାତ୍ରା ସଫଳତାମୟ ହେଉ ଏବଂ ରାୟଗଡ଼ା ଜିଲ୍ଲାର ବିକାଶରେ ଆପଣଙ୍କ ଅବଦାନ ଅତୁଳନୀୟ ହେଉ ବୋଲି ମଧ୍ୟ୍ୟ କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ