ଲାୟନ୍ସ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ଓ ମୂରଲି କ୍ରିଷ୍ଣା ଫାଉଣ୍ଡେସନ ର କ୍ରୀଷ୍ଣା ବିକାଶ ଡାକ୍ତରଖାନା ମିଳିତ ଆନୁକୁଲ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିରରେ ଅନୁଷ୍ଠିତ ହୋଇଯାଇଛି।
ବରଗଡ ୧୨,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ ଥୁଆପାଲି ଲାୟନ୍ସ କ୍ଲବ ଓ ମୂରଲି କ୍ରିଷ୍ଣା ଫାଉଣ୍ଡେସନ ର କ୍ରିଷ୍ଣା ବିକାଶ ହସ୍ପିଟାଲ ମିଳିତ ଆନୁକୁଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟସେବା ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ସମ୍ମାନିତ ଅତିଥି ଭାବେ ଲାୟନ୍ସ କ୍ଲବର ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ଲାୟନ୍ସ ଅଶୋକ କୁମାର ଜଲାନ, ଜିଲ୍ଲା ସ୍ଵାସ୍ଥ୍ଯ ଆବାହକ ଲାୟନ୍ସ ପ୍ରଫୁଲ କୁମାର ପ୍ରଧାନ, ଝରାପାଲି ମାର୍କେଟ, ଥୁଆପାଲି ଲାୟନ୍ସ କ୍ଲବ ର ସଭାପତି ଲାୟନ୍ସ ସନ୍ତୋଷ କୁମାର ପ୍ରଧାନ କଂ ଉପସ୍ଥିତି ରେ ଫିତାକାଟି ଉଦଘାଟନ କରିଥିଲେ।ଏହି ସ୍ୱାସ୍ଥ୍ୟ ଶିବିରରେ ଡାଃ ଅନୁପମା ମିଶ୍ର ଚାଇଲ୍ଡ ଏନଡ୍ ମଦର , ଡାଃ ଅମିଷା ପଟେଲ ଡେଣ୍ଟାଲ, ଡାଃ ସୌମ୍ୟଶ୍ରୀ ସାହୁ ଇଏନଟି, ଡାଃ ଅମନ ଦାଶ ଫିଜିଓଥେରାପି , ଡାଃ ପ୍ରବୀଣ ନାୟକ ଅରଥୋପେଡିକ, ଡାଃ ଦେବେନ୍ଦ୍ର ବାରିକ ଚେଷ୍ଟ, ଡାଃ ରାମକୃଷ୍ଣ ପାଠୀ ମେଡିସିନ, ଡାଃ ଲିଜା ବିଶ୍ଵାଳ ଲାୟନ୍ସ ଆଏ କ୍ଲବ, ବରଗଡ ।ଏହି ସମସ୍ତ ଡାକ୍ତର ମାନଙ୍କ ଦ୍ଵାରା ମୋଟ ୬୧୦ ଜଣ ରୋଗୀ ସ୍ୱାସ୍ଥ୍ୟ ପରୀକ୍ଷା ସେଥିମଧ୍ୟରୁ ୯୦ଜଣକଂ ଚକ୍ଷୁ ପରୀକ୍ଷା କରି ମାଗଣା ଔଷଧ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଝରାପାଲି ମାର୍କେଟ ଥୁଆପାଲି ର ସମସ୍ତ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି ସ୍ୱାସ୍ଥ୍ୟ ଶିବିର କୁ ସଂଯୋଜନା କରିଥିଲେ, ଲାୟନ୍ସ ଶଙ୍କରଲାଲ ଅଗ୍ରୱାଲ ଓ ଧନ୍ୟବାଦ ଅର୍ପଣ କରିଥିଲେ।

