ଖବର ପ୍ରସାରଣ ଓଁ ଥାନାରେ ଏତଲା ପରେ ଥେରୁବାଲି ଥେରୁବାଲି ରାସ୍ତାର ମରାମତି ଆରମ୍ଭ

ଖବର ପ୍ରସାରଣ ଓଁ ଥାନାରେ ଏତଲା ପରେ ଥେରୁବାଲି ଥେରୁବାଲି ରାସ୍ତାର ମରାମତି ଆରମ୍ଭ

ଖବର ପ୍ରସାରଣ ଓଁ ଥାନାରେ ଏତଲା ପରେ ଥେରୁବାଲି ଥେରୁବାଲି ରାସ୍ତାର ମରାମତି ଆରମ୍ଭ

ରାୟଗଡ (info media): ରାୟଗଡ ଜିଲ୍ଲା ଜେକେପୁର ନିକଟ ଅମଲାଭଟ୍ଟା ଛକରୁ ବିଷମକଟକ ଦେଇ ଥେରୁବାଲି ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥାକୁ ନେଇ ଖବର ପ୍ରସାରଣ ଓଁ ଥେରୁବାଲି ଥାନାରେ ଏତଲା ପରେ ଆଜି ରାସ୍ତାର ମରାମତି କାମ ଆରମ୍ଭ ହେବାର ଦେଖିବାକୁ ମିଳିଛି l ଏହି ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ଭ ସୃଷ୍ଟି ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଥେରୁବାଲି ଫାଣ୍ଡିରେ ଏତଲା ଦିଆଯାଇଛି | ଚାନ୍ଦିଲି ଥାନା ଅନ୍ତର୍ଗତ ବୁର୍ଜୁଗୁଡ଼ା ଗ୍ରାମର ତଥା ଥେରୁବାଲି ନାଗରିକ ମଞ୍ଚର ସଭାପତି ଅଶୋକ ହିକକା ଏହି ଲିକ୍ଷିତ ଅଭିଯୋଗ ଦେଇଛନ୍ତି। ଜେକେପୁରରୁ ବିଷମକଟକ ଦେଇ ଥେରୁବାଲି ପର୍ଯ୍ୟନ୍ତ ରାସ୍ତାର ଅଧିକାଂଶ ସ୍ଥାନରେ ବଡ଼ ବଡ଼ ଗର୍ଭ ହୋଇଥିବାରୁ ଭାରୀଯାନ ଦୁର୍ଘଟଣାଗ୍ରସ୍ତ ହେବା ସହ ରାସ୍ତାରେ ଅଚଳ ହୋଇ ପଡ଼ିରହୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ରାସ୍ତାର ଦୁରବସ୍ଥା ଯୋଗୁଁ ଅଞ୍ଚଳବାସୀଙ୍କ ସମେତ କମ୍ପାନୀ କର୍ମଚାରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ କାର୍ଯ୍ୟାଳୟକୁ ଯାତାୟାତ କରୁଥିବା ଲୋକେ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ହୋଇଛି | ଏହି ରାସ୍ତା ଦେଇ ଜ଼ିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ନିମନ୍ତେ ଏହି ଏହି ରାସ୍ତା ଦେଇ ଜ଼ିଲ୍ଲାସ୍ତରୀୟ ଅଧିକାରୀ ମାନେ ଏହି ରାସ୍ତା ଦେଇ ଯାତାୟତ କରିଥିଲେ ମଧ୍ୟ୍ୟ ଏହି ରାସ୍ତାର ଅବସ୍ଥା ପ୍ରତି କେବେ ମଧ୍ୟ୍ୟ ନଜର ଦେଇନଥିବା ଅଭିଯୋଗ ହୋଇଛି l ଏଥିସହ ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେଉଥିବା ସେ ଦର୍ଶାଇଛନ୍ତି I ରାସ୍ତାର ଦୁରବସ୍ଥା ନେଇ ପୂର୍ବରୁବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ ବିଭାଗୀୟ ସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ସେ ଅଭିଯୋଗ କରିଛନ୍ତି। ରାସ୍ତାର ସ୍ଥାୟୀସମାଧାନ ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ରାସ୍ତା ପ୍ରତି ପଦକ୍ଷେପ ନିଆନଗଲେ ଗଣଆନ୍ଦୋଳନ କରାଯିବ ବୋଲି ଶ୍ରୀ ହିକକା ଚେତାବନୀ ଦେଇଛନ୍ତି। ଏପରିକି ଥେରୁବାଲି ଡିପି କ୍ୟାମ୍ପ ନିକଟରେ ରାଜ୍ୟ ରାଜପଥ ଅବରୋଧ କରାଯିବ ବୋଲି ଏତଲାରେ ଦର୍ଶାଯାଇଛି। ଏତଲା ଦେବା ସମୟରେ ନିର୍ମାଣ ମହାସଂଘର ସଭାପତି ନିରଞ୍ଜନ ପାତ୍ର, ଭବାନୀ ଶଙ୍କର ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେlପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଆମ୍ବିକେୟ ମିଶ୍ର ଙ୍କୁ ଥାନାରେ ଏତଲା ହୋଇଛି କଣ ରାସ୍ତା କାମକୁ ନେଇ ବୋଲି ପଚାରିବୁଜିବାରୁ ସେ ନିଜ ପ୍ରତିକ୍ରିୟା ରେ କହିଲେଜେ ରାସ୍ତାର ମରାମତି ନିମତେ ଟେଣ୍ଡର ହୋଇ କାମ ଆରମ୍ଭ ହୋଇଛି l ବର୍ଷା ନିମନ୍ତେ କାମ ହୋଇପାରୁନଥିଲା ଥାନାରେ ଏତଲା ଦେଲେ କଣ ହେବ କାମ ତା ରାସ୍ତାରେ ହେବ l ରାସ୍ତା କାମ ଭଲ ଭାବେ ହେଉଛି କିନ୍ତୁ ପରିମାଣ ଠାରୁ ବହୁ ଅଧିକ ପରିମାଣର ଓଜନ ର ଭାରି ଜାନ ମସନ ଯାତାୟତ କରିବାରୁ ବାରମ୍ବାର ରାସ୍ତା ଖରାପ ହେଉଛି ବୋଲି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ |