ଯୁବକଙ୍କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ, ରାସ୍ତାକଡ଼ରେ ଝିଟ୍କି ହୋଇପଡିଥିବା ଗୁରୁତର ଆହତଙ୍କୁ ଡ୍ରାଇଭର… ଗଜପତି,୨୦।୪ ( ମନୋଜ ପାଢ଼ୀ) : ରାୟଗଡା ଠାରୁ ରୋଗୀଙ୍କୁ ନେଇ ବ୍ରହ୍ମପୁର ଯିବା ସମୟରେ ବିରିକୋଟ ନିକଟସ୍ଥ ଶିବ ମନ୍ଦିର ନିକଟରେ ଯୁବକକୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ସୂଚନା ଅନୁସାରେ, ବିରିକୋଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦି ଘରିଆ ଗାଁର ସୁନିଆଲ ବଡ଼ ରଇତ ( ୧୯) କୌଣସି ଘରୋଇ କାମରେ ଚାଲି ଚାଲି ବିରିକୋଟ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ସୁନିଆଲ ରାସ୍ତାକଡ଼ରେ ଛିଟ୍କି ହୋଇ ପଡିଯାଇଥିଲେ । ମାନବିକତାର ପରିଚୟ ଦେଇ ଆମ୍ବୁଲାନ୍ସ ଡ୍ରାଇଭର ସେହି ସ୍ଥାନରେ ଗାଡି ରଖି ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ ଏବଂ ଆମ୍ବୁଲାନ୍ସରେ ରାୟଗଡାରୁ ଆସିଥିବା ରୋଗୀଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନେଇଥିଲେ। ଅପରକ୍ଷେ ଗୁରୁତର ସୁନୀଲଙ୍କର ମୋହନା ମେଡିକାଲରେ ଚିକିତ୍ସା ଚାଲୁ ରହିଥିବା ଡାକ୍ତର କହିଛନ୍ତି ।
ଯୁବକଙ୍କୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ.
