ମୋଦୀଙ୍କ ଜନ୍ମ ଦିବସରେ ଲିଭ ଫର ଅଦର୍ସର ଦୀପଦାନ ଉସ୍ଚବ
ସେମିଳିଗୁଡା.ତାରିଖ ୧୭-୯-୨୦୨୬-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛସ୍ତରୀତମ ଜନ୍ମ ଦିବସରେ ସେବା ସଂକଳ୍ପ ଅଭିଯାନ ରେ ସେମିଳିଗୁଡାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ ଆଶୀର୍ବାଦ ଦୀପ ୭୬ଟି ପ୍ରଜ୍ବଳନ କରିଥିଲେ। ସଂସ୍ଥାର ସାଧାରଣ ସମ୍ପାଦିକା ସ୍ନିଗ୍ଧାରାଣୀ ମିଶ୍ର ,ଉପଦେଷ୍ଟା ଡକ୍ଟର ଚିତ୍ତରଞ୍ଜନ ମିଶ୍ର, ସାଂଗଠନିକ ସଂପାଦକ ଗଣେଶ୍ଵର ପାଣିଗ୍ରାହୀ,କାର୍ଯ୍ଯକାରିଣୀ ସଦସ୍ଯ ବିଶ୍ବ ବନ୍ଦିତା ପାଣିଗ୍ରାହୀ,ଅନିରୁଦ୍ଧ ଜେନା,ପୁରେନ୍ଦ୍ର ବାରିକ,ବିଜୟ ସାହୁ ଓ ଅନେକ ମା ,ଭଉଣୀ ଭଦ୍ରଲୋକ ଯୋଗ ଦେଇ ଦୀପଦାନ କରିଥିଲେ। ସତ୍ଯ ନଗରରେ ମଧ୍ଯ ଘରୋ ଘରେ ଦୀପଦାନ ପ୍ରଜ୍ବଳନ କରାଯାଇ ଥିଲା। ଲିଭ ଫର ଅଦର୍ସ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ କରିବ ବୋଲି ସଂପାଦିକା କହିଛନ୍ତି।
