ପୋଖରୀ ରେ ବୁଡି ଯୁବକ ର ମୃତ୍ୟୁନିମଖଣ୍ଡି
ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମ ପଣ୍ଡା ପୋଖରୀ ରେ ଗାଧୋଇବା ବେଳେ ଅସାବଧାନତା ବଶତଃ ସୋମନାଥ ବାରିକ ନାମକ ଜଣେ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ଉପସ୍ଥିତ ଥିବା ଲୋକମାନେ ଚେଷ୍ଟା କରି ଉଦ୍ଧାର କରି ପାରିନଥିଲେ। ପରେ ଅଗ୍ନିଶମ ବାହିନୀ ର ସହାୟତା ରେ ସୋମନାଥ କୁ ଗଭୀର ଜଳ ମଧ୍ୟରୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ନିମଖଣ୍ଡି ଥାନା ପୋଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
