ପାରଳା ପୋଲିସ ଦ୍ୱାରା ବେଆଇନ ମଦ କାରବାର ବିରୁଦ୍ଧରେ ଚଢଉ, 2 ଗିରଫ ।

ପାରଳା ପୋଲିସ ଦ୍ୱାରା ବେଆଇନ ମଦ କାରବାର ବିରୁଦ୍ଧରେ ଚଢଉ, 2 ଗିରଫ ।

ପାରଳା ପୋଲିସ ଦ୍ୱାରା ବେଆଇନ ମଦ କାରବାର ବିରୁଦ୍ଧରେ ଚଢଉ, 2 ଗିରଫ ।

ଗଜପତି 21/6(ମନୋଜ ପାଢ଼ୀ):ଗଜପତି ଏସ୍‌.ପି. ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ସହର ଓ ଗ୍ରାମାଞ୍ଚଳରେ ବେଆଇନ ମଦ ବ୍ୟବସାୟ ବିରୋଧରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ଗୁଇନ୍ଦା ସୂଚନା ଆଧାରରେ ଗଠିତ ଏକ ସ୍ୱତନ୍ତ୍ର ପୋଲିସ ଦଳ ଗତକାଲି ଅପରାହ୍ନରେ ଜାଗିଲି ସାହି ଏବଂ ଓମ୍ ଶାନ୍ତି କଲୋନୀ ଅଞ୍ଚଳରେ ବେଆଇନ ଚୋରା ମଦ ବିକ୍ରି କରୁଥିବା ବ୍ୟକ୍ତି ଓ ତାଙ୍କ ଦୁଇଟି ଘର ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଢୋବା ସାହି ନିକଟସ୍ଥ ଅଞ୍ଚଳର ଶ୍ରୀନିବାସ ବେହେରା (୪୯) ଏବଂ ଜଗିଲି ସାହିର ତାଲାକାନି ଭାରତୀ (୪୫)ଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ମୋଟ ୨୧୦ ଲିଟର ଚୋରା ମଦ ଜବତ କରାଯାଇଛି। ଏହି ଘଟଣାରେ ପାରଳାଖେମୁଣ୍ଡି ଥାନା କେସ୍ ନଂ ୨୪୫/୨୦୨୬ ଓ ୨୪୬/୨୦୨୬ ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ପାରଳାଖେମୁଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି ।