ପାଙ୍ଗାବିଦୀଙ୍ଗିଆ ଗ୍ରାମରେ ମିଟୁ ପ୍ରଧାନ ଙ୍କ ଘର ପୋଡି କୁ ତଦାରଖ କଲେ ସ୍ଥାନୀୟ ବିଡ଼ିଓ
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଅନ୍ତର୍ଗତ ପିକରଡ଼ି ଗ୍ରାମ ପଂଚାୟତ ପାଙ୍ଗାବିଦୀଙ୍ଗିଆ ଗ୍ରାମରେ ମିଟୁ ପ୍ରଧାନ ଙ୍କ ଘର କୌଣସି କାରଣ ରୁ ଗୁରୁବାର ଦିନ ସକାଳ 8 ଘଂଟିକା ସମୟରେ ଘରପୋଡି ହଇଗଲା ଏଥିରେ ବହୁ ଧନଜୀବନ ନଷ୍ଟ ହଇଛି। ଏହି ଦୁଃଖଦ ଖବର ସ୍ଥାନୀୟ ଲୋକଙ୍କ ଦ୍ୱାରା ଟିକାବାଲି B D O ଶ୍ରୀ ବିଷ୍ଣୁ ଗୋବିନ୍ଦ ମହୋଦୟ ଙ୍କ ଦୃଷ୍ଟି ଗୋଚର କରାଯାଇଥିଲା। ବିଳମ୍ବ ନ କରି ସ୍ଥାନୀୟ BDO ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ ପହଂଚି ଅତ୍ୟଆବଶ୍ୟକ ସାମଗ୍ରୀ ଯଥା ରାସନ ସାମଗ୍ରୀ ପ୍ରଦାନ କରିଥିଲେ ଏବଂ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଦେବାକୁ କଥାଦେଇ ତାଙ୍କୁ ସାହସ ର ସହିତ ରହିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ଗାଁ ରେ ଥିବା ମାଟିଘର କାନ୍ତ ନିଜେ ପରିଦର୍ଶନ କରିବା ସହ ହିତାଧିକାରୀଙ୍କୁ ଆଧାର କାର୍ଡ ମାଗି ତଦାରଖ କରିଥିଲେ ଏବଂ ରାସନ କାର୍ଡ, ବାର୍ଦ୍ଧକ୍ୟ ଭତା, ପିଇବା ପାଣି, ରାସ୍ତା ଘାଟ, ଅଙ୍ଗନ ୱାଡି, ସ୍କୁଲ ଅନ୍ୟନ୍ୟା ମୌଳିକ ସୁବିଧା ରୁ ବଞ୍ଚିତ ନ ହେବାକୁ ଗାଁ ଲୋକଙ୍କୁ ପରIମର୍ସ ଦେଇଥିଲେ।ଏହି ପରି କାର୍ଯ୍ୟକ୍ରମ କୁ ଗାଁ ଲୋକ ବହୁତ ପ୍ରଶଂସା କରିବା ସହିତ BDO ଙ୍କୁ ହୃଦୟରୁ ଧନ୍ୟବାଦ ଦେବାର ଦେଖିବାକୁ ମିଳିଥିଲା। ଏବଂ ବୁଦ୍ଧିଜୀବୀ ମହାଳରୁ ଅନେକ ପ୍ରଶଂସା ଶୁଣିବାକୁ ମିଳୁଛି।
