ଗଜପତି ବ୍ଲଡ଼ ଡୋନରର୍ସ ତରଫରୁ ଘୋଳଦହି ବଣ୍ଟନ କାର୍ଯ୍ୟକ୍ରମ

ଗଜପତି ବ୍ଲଡ଼ ଡୋନରର୍ସ ତରଫରୁ ଘୋଳଦହି ବଣ୍ଟନ କାର୍ଯ୍ୟକ୍ରମ

ଜିବିଡି ତରଫରୁ ଘୋଳଦହି ବଣ୍ଟନ ।

ଗଜପତି, ୨୦.୪(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଗଜପତି ବ୍ଲଡ଼ ଡୋନରର୍ସ ତରଫରୁ ଘୋଳଦହି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଅକ୍ଷୟତୃତୀୟା ଅବସରରେ ମନ୍ଦିର ପରିସରରେ ପ୍ରବଳମାତ୍ରାରେ ଭିଡପରିଲକ୍ଷିତ ହୋଇଥିଲା । ସେପଟେ ପାରଳାଖେମୁଣ୍ଡି ସହରରେ ଦୈନନ୍ଦିନ ଉତ୍ତାପ ବୃଦ୍ଧିପାଉଥିବା ଏବଂ ଆଜି ଭିଡକୁ ଦେଖି ଗଜପତି ବ୍ଲଡ ଡୋନର୍ସ ପକ୍ଷରୁ ଘୋଳଦହି ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଜି.ନବୀନ କୁମାର, ଉପସଭାପତି ଏସ୍.ଋଷିଙ୍କ ନେତୃତ୍ବରେ ସଦସ୍ୟସଦସ୍ୟା କେ. ଶରତ କୁମାର, କ୍ରାନ୍ତି ବେହେରା, ଅମ୍ବିକା ମହାପାତ୍ର, ମୋହନି ପ୍ରଧାନ, ସୁଲତାଭ ପାଣ୍ଡବ ପ୍ରମୁଖ ଉପସ୍ଥିତ ରହି ଘୋଳଦହି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।