ପପଂଗା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବିଦ୍ଯାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
ବରଗଡ ୩,୮(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପପଙ୍ଗା କଲୋନୀ,ପପଙ୍ଗା ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ସଞ୍ଜୀବ କୁମାର ପଧାନ(ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ) ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରିବା ସହ ଶିଶୁମାନଙ୍କୁ ବିଜ୍ଞାନ ବିଷୟରେ ଉଦ୍ବୋଧନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ସର୍ବେଶ୍ୱର ବଗର୍ତ୍ତୀ (ଉଚ୍ଚ ବିଦ୍ୟାଳୟ ଚିଚିଣ୍ଡା, ବିଜ୍ଞାନ ଶିକ୍ଷକ)ଯୋଗଦେଇ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶଙ୍କର୍ଷଣ ମିଶ୍ର ଅତିଥିମାନଙ୍କ ପରିଚୟ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ ।ବିଜ୍ଞାନ ପ୍ରମୁଖ ପ୍ରକାଶ ଚନ୍ଦ୍ର ଦଳେଇ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଗୁରୁମା କୁନି ମହାକୁର ଓ ସୁଜାତା ନାଏକ ସଂଯୋଜନା କରିଥିଲେ ।ଏହି କାର୍ଯକ୍ରମରେ ସମ୍ପାଦକ ଉମାକାନ୍ତ ମେଣ୍ଡଳୀ କୋଷାଧ୍ୟକ୍ଷ ଆଶିଷ କୁମାର ବେହେରା ଓ ବିଦ୍ୟାଳୟର ଗୁରୁଜୀ ସନ୍ତୋଷ ପଶାୟତ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ଭଉଣୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ।ଶେଷରେ ଗୁରୁଜୀ ମାନଭଞ୍ଜନ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ମେଳାରେ ବିଭିନ୍ନ ବିଷୟରୁ ମୋଟ୍ ୧୫୦ଟି ପ୍ରକଳ୍ପ ଓ ମୂର୍ତ୍ତିକଳାରେ ଭାଗନେଇଥିଲେ । ବିଚାରକ ଭାବେ ଗୋପାଳ ମହାରଣା, ସୁଜିତ କୁମାର ଆଚାର୍ଯ୍ୟ,କବିରାଜ ପଧନ ଯୋଗଦାନ କରି ଶିଶୁମାନଙ୍କର ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲେ ।ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା,ସେବକ ଓ ସେବିକାଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।
