ନିଷ୍ଠା ପରିବାର କୁ ଶବବାହକ ଗାଡ଼ି ପ୍ରଦାନ କଲେ, ବରଗଡ଼ ଜିଲ୍ଲା ଠିକାଦାର ସଂଘମାନବ ସେବା କ୍ଷେତ୍ରରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।
ବରଗଡ ୧୫, ୧୧, ୨୦୨୬(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ନିଷ୍ଠା ପରିବାରକୁ ଏକ ଶବବାହକ ଗାଡ଼ି ହସ୍ତାନ୍ତର କରାଯାଇଛି। ଏହି ଶବବାହକ ଗାଡ଼ିର ଶୁଭ ଉଦ୍ଘାଟନ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କ କରକମଳରେ ପୂର୍ବରୁ ସମ୍ପନ୍ନ ହୋଇଥିଲା।ଆଜି ଏହି ଗାଡ଼ିର ସୁପରିଚାଳନା ଓ ଜନସାଧାରଣ ଙ୍କ ସେବାରେ ନିୟୋଜିତ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଆନୁଷ୍ଠାନିକ ଭାବରେ ନିଷ୍ଠା ପରିବାର ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଙ୍କୁ ଗାଡ଼ି ସହ ଚାବି ପ୍ରଦାନ କରାଯାଇଥିଲା।ଏହି ଶବବାହକ ଗାଡ଼ି ସେବା ଦେୟଯୁକ୍ତ (PAID SERVICE), NO PROFIT – NO LOSS ଭିତ୍ତିରେ ପରିଚାଳିତ ହେବ। ଅର୍ଥାତ୍ କୌଣସି ଲାଭ ଉଦ୍ଦେଶ୍ୟ ନ ରଖି, କେବଳ ସେବା ମନୋଭାବ ନେଇ ଏହି ସୁବିଧା ଜନସାଧାରଣଙ୍କୁ ଯୋଗାଇ ଦିଆଯିବ।
ଏହି ଅବସରରେ ବରଗଡ଼ ଠିକାଦାର ସଂଘ କାର୍ଯ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ମାନବ ସେବା ହିଁ ମାଧବ ସେବା। ଅସହାୟ ଓ ଅସୁବିଧାରେ ଥିବା ପରିବାର ମାନଙ୍କ ପାଇଁ ଏହି ଶବବାହକ ଗାଡ଼ି ନିଶ୍ଚିତ ଭାବରେ ଏକ ଉପଯୋଗୀ ସେବା ହୋଇପାରିବ।ଏହି ମହତ୍ ଉଦ୍ୟମ ପାଇଁ ବରଗଡ଼ ଜିଲ୍ଲା ଠିକାଦାର ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ନିଷ୍ଠା ପରିବାର ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା। ଏହି କାର୍ଯ୍ୟକ୍ରମ ରେ ବରଗଡ଼ ଠିକାଦାର ସଂଘ ର ପ୍ରଭାତ ଆଦିତ୍ୟ ମିଶ୍ର (ପିକୁ), ସୁଧାଂଶୁ ଗଡତିଆ (ମଣ୍ଟୁ) ଙ୍କ ସହ ଅନ୍ୟ ସଦସ୍ୟ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।
