ଠେଙ୍ଗା ମାଡ଼ରେ ଗୁରୁତର ଆହତ ବ୍ୟକ୍ତିଙ୍କ ଅଭିଯୋଗ ରେ ଆକ୍ରମଣକାରୀ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ।
ପାଟପୁର ଥାନା ଅନ୍ତର୍ଗତ ଶ୍ରୀଚନ୍ଦନ ପୁର ଗ୍ରାମର ବିରୁପାକ୍ଷ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଉକ୍ତ ଗ୍ରାମର ହୀନ ଗୌଡ଼ ନାମକ ଜଣେ ବୟସ୍କ ବ୍ୟକ୍ତି ଠେଙ୍ଗା ମାଡ଼ରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରି ହୀନ ଗୌଡ଼ ନାମରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ଏତଲା ନଂ ୩୬୪/୨୬ ଅନୁଯାୟୀ ଭାରତ ନ୍ୟାୟ ସଂହିତା ଧାରା ଅନୁଯାୟୀ ହୀନକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ବିରୁପାକ୍ଷ ମହାପାତ୍ର ଙ୍କ ଜମିରେ ଥିବା ଗଛରୁ ହୀନ ଡାଳ କାଟୁଥିବା ବେଳେ ସେ ମନା କରିଥିଲେ। ଏହି କଥାକୁ ନେଇ ହୀନ ଗୌଡ଼ ଉତ୍ୟକ୍ତ ହୋଇ ଏକ ଠେଙ୍ଗା ରେ ମୁଣ୍ଡକୁ ପିଟି ଦେବାରୁ ସେ ଆହତ ହୋଇଥିଲେ।
