ନିଖିଲ ହାତାପା ହତ୍ୟାକାଣ୍ଡରେ ଦୋଷୀଙ୍କ ଗିରଫ ଦାବିରେ ସ୍ମାରକପତ୍ର
ରାୟଗଡ( info media)ରାୟଗଡ ସହରର ଆମ୍ବେଦକର ନଗର (ରେଲିସାହି) ଅଞ୍ଚଳବାସୀଙ୍କ ପକ୍ଷରୁ ନିଖିଲ ହାତାପା ହତ୍ୟାକାଣ୍ଡରେ ଦୋଷୀଙ୍କ ଶୀଘ୍ର ଗିରଫ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରଶାସନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗତ ୯ ତାରିଖ ରାତିରେ ଆମ୍ବେଦକର ନଗରର ବାସିନ୍ଦା ନିଖିଲ ହାତାପାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଘଟଣାକୁ କେତେକ ଦିନ ବିତିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିପାରିନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ଆତଙ୍କ ବ୍ୟାପିଛି।ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ରାୟଗଡା ଏକ ଶାନ୍ତିପୂର୍ଣ୍ଣ ସହର ଭାବେ ପରିଚିତ ଥିବାବେଳେ ଏଭଳି ଅମାନବିକ ଘଟଣା ସହରର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି। ପୋଲିସର ନିଷ୍କ୍ରିୟତାକୁ ନେଇ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରିଥିବା ସହ ନିଖିଲଙ୍କ ପରିବାରକୁ ଶୀଘ୍ର ନ୍ୟାୟ ଦେବାକୁ ଦାବି କରିଛନ୍ତି।ଏହାସହ ୧୫ ଦିନ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର ଦଣ୍ଡବିଧାନ କରାଯିବା ସହ ସହରରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାକୁ ପ୍ରଶାସନଙ୍କୁ ଦାବି କରାଯାଇଛି। ଦାବି ପୂରଣ ନହେଲେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ସତର୍କ କରାଯାଇଛି।ରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
