*ନାରୀ ଶକ୍ତି ବନ୍ଦନ ଅଧିନିୟମ ବିରୋଧକୁ ନେଇ ବିଜେପି ର ସାମ୍ୱାଦିକ ସମ୍ମିଳନୀ ।
ଗଜପତି,୨୮.୪(ମନୋଜ ପାଢ଼ୀ):- ମୋଦୀ ସରକାର ନାରୀ କେବଳ ଘର ଭିତରେ ସୀମିତ ନରଖି ଦେଶର ବିକାଶରେ ସାମିଲ କରିବାକୁ ସଦା ତତ୍ପର। ଆଉ ପାଦେ ଆଗକୁ ଯାଇ ନାରୀ ମାନଙ୍କୁ ରାଜନୀତି ରେ ଅଧିକ ସଶକ୍ତ କରିବା ଦୃଷ୍ଟି ନେଇ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣିଥିଲେ। ହେଲେ ବିରୋଧୀ ଦଳ ମାନେ ଏହାକୁ ଆଣିବା ପାଇଁ ଦେଲାନାହିଁ। ଏହା କି ପ୍ରକାର ମାନସିକତା ? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କେନ୍ଦ୍ର ମୁଖ୍ୟ ବିରୋଧି ଦଳ କଂଗ୍ରେସ ଓ ରାଜ୍ୟ ର ମୁଖ୍ୟ ବିରୋଧି ଦଳ ବିଜେଡି ଓ ତାଙ୍କ ସହ ହାତ ମିଳାଇ ଏହି ଅଧିନିୟମ କୁ ବିରୋଧ କରିଥିବା ସବୁ ଦଳ ମହିଳା ମାନଙ୍କୁ ପଛରେ ରଖିବାକୁ ସବୁ ବେଳେ ଚେଷ୍ଟା କରୁଛନ୍ତି। ମହିଳା ମାନଙ୍କ ପାଇଁ ସଂରକ୍ଷଣ କରିବା ଦ୍ୱାରା ସେହି ଦଳ ମାନେ କ୍ଷତି ସହ ସେମାନଙ୍କ ସ୍ୱାର୍ଥ ପୂରଣ ହେବାର ଆଶଙ୍କା ରେ ଏହି ଅଧିନିୟମ ବିରୋଧ କରିଥିଲେ। ସେହି ଦଳ ର ନେତା ଓ ନେତ୍ରୀ ମାନେ ସବୁ ବେଳେ ମହିଳା କେବଳ ଚୁଲି ମୁଣ୍ଡ ରେ ହିଁ ରୁହନ୍ତୁ ଦେଶ ଓ ସମାଜ ର ବିକାଶରେ ସାମିଲ ନକରିବା ହିଁ ବିରୋଧୀ ଦଳ ମାନଙ୍କ ହୀନ ରାଜନୀତି ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ରେ କହିଛନ୍ତି ବ୍ରହ୍ମପୁର ମେୟର ପ୍ରାର୍ଥୀ ତଥା ବରିଷ୍ଠ ରାଜ୍ୟ ବିଜେପି ନେତ୍ରୀ ସବିତା ସୁଆର, ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜନଜାତି ମୋର୍ଚ୍ଚା ଜାତୀୟ ସମ୍ପାଦକ କାଳୀରାମ ମାଝୀ, ଗଜପତି ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଅରୁଣିମା ସାହୁ, ଜିଲ୍ଲା ସଭାପତି ନବ କିଶୋର ଶବର, ବ୍ରହ୍ମପୁର ସାଂସଦୀୟ କ୍ଷେତ୍ର ମିଡ଼ିଆ ସଂଯୋଜକ ସୁନୀଲ ସାହୁ ପ୍ରମୁଖ ଦଳୀୟ କାର୍ଯ୍ୟାଳୟ ଠାରେ ଏହି ଅବସରରେ ଉପସ୍ଥିତ ଥିଲେ।
