ଜୟ ଗଣେଶ କ୍ରିକେଟ ଟୁର୍ନାମେଣ୍ଟ ର ଚମ୍ପିୟନ ହେଲେ ଅଣ୍ଟାମୋଡା ଟିମ

ଜୟ ଗଣେଶ କ୍ରିକେଟ ଟୁର୍ନାମେଣ୍ଟ ର ଚମ୍ପିୟନ ହେଲେ ଅଣ୍ଟାମୋଡା ଟିମ

ଜୟ ଗଣେଶ କ୍ରିକେଟ ଟୁର୍ନାମେଣ୍ଟ ର ଚମ୍ପିୟନ ହେଲେ ଅଣ୍ଟାମୋଡା ଟିମ

ରାୟଗଡ (info media) ରାୟଗଡ ଜ଼ିଲ୍ଲା କୋଳନରା ବ୍ଲକ ଦୁନ୍ଦୁଲି ପଂଚାୟତ ର ଅଣ୍ଟାମୋଡା ଗାଁ ନିକଟରେ ଥିବା ଖେଳ ପଡିଆ ଠାରେ ଜୟ ଗଣେଶ କ୍ରିକେର ଟୁର୍ନାମେଣ୍ଟ ଗୋଟି ଦଳ ଅଂଶଗ୍ରହଣ କରିଥିଲେ। ୧୨ ଓଭର୍ ବିଶିଷ୍ଟ ଖେଳା ଯାଇଥିବା ଟୁର୍ନାମେଣ୍ଟର ଫାଇନାଲ ଅଣ୍ଟାମୋଡା ଓ ଅଙ୍ଗୁରୁ ଦଳ ମଧ୍ୟରେ ଖେଳା ଯାଇଥିଲା। ଏଥିରେ ଅଣ୍ଟାମୋଡା ଦଳ ବିଜୟୀ ହୋଇଥିଲା। ବିଜୟୀ ଅଣ୍ଟାମୋଡା ଦଳକୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ଉପବିଜେତା ଅଙ୍ଗୁରୁ ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ଉପସ୍ଥିତ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣମେଣ୍ଟର ଉଦଯାପନୀ ଅବସରରେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି. ଗୌରୀ ଶଙ୍କର, ବ୍ଲକ ବିଜେଡି ସଭାପତି ଲକ୍ଷ୍ମଣ ପେଦେଣ୍ଟି, କ୍ରିଷ୍ଣାମ୍ମା ଅଟକା, ବୃନ୍ଦାବନ ହିମିରିକା, ଦୁନ୍ଦୁଲି ସରପଞ୍ଚ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଟୁର୍ନାମେଣ୍ଟ ଆୟୋଜନ କରିବା ଦ୍ୱାରା ଗୋଟିଏ ଗାଁ ସହିତ ଅନ୍ୟ ଗାଁ ମଧ୍ୟରେ ସମ୍ପର୍କ ବଢ଼ିଥାଏ ଏବଂ ଭାଇଚାରା ବଜାୟ ରଖି ଖେଳିବାକୁ ଉପସ୍ଥିତ ଅତିଥିଗଣ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟଅତିଥି ଶ୍ରୀ ଜଗନ୍ନାଥ ସାରକା । ଏଥିରେ ବିଜେଡି କର୍ମୀ ବୃନ୍ଦାବନ ହିମିରିକା, ଅମିତ ହୁଇକା,ରୋହିତ ହିମିରିକା,ଶ୍ରୀନୁ ହିମିରିକା,ସଚିନ ହିମିରିକା,ବିକ୍ରମ ପୁଲକା,ଅଜୟ ହିମିରିକା,ବିକ୍ରମ ହିମିରିକା ସମେତ ଅନ୍ୟମାନେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ମା’ ମାଝୀଗୌରୀ କ୍ରିକେଟ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଟୁର୍ନାମେଣ୍ଟକୁ ପରିଚାଳନା କରିଥିବା ବେଳେ ଫାଇନାଲ ମ୍ୟାଚ୍ ଦେଖିବାକୁ ଆଖପାଖ ଗାଁରୁ ଶତାଧିକ ଖେଳ ପ୍ରେମୀ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥି ଙ୍କୁ ପରମ୍ପରିକ ଆଦିବାସୀ ନାଚ ଗୀତ ମାଧ୍ୟମରେ ସ୍ୱାଗତ କରି ଖେଳ ପଡିଆ ପର୍ଯ୍ୟନ୍ତ ନିଆଯାଇଥିଲା l ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ