ଗୁମ୍ମାରେ ଗୋଟିଏ ଘରୁ ଏଵଂ ଦୋକାନରୁ ଚୋରି ।
ଗଜପତି,୧୩.୮(ମନୋଜ ପାଢ଼ୀ) :-ଗଜପତି ଜିଲା ଅନ୍ତର୍ଗତ ଗୁମ୍ମା ବ୍ଳକ୍ ସଦରମହକୁମା ହାଟପଦା ନିକଟସ୍ଥ ବିଏସଏନଏଲ୍ ଟାୱାର ଅଞ୍ଚଳର ଗୋଟିଏ ଘରୁ ଏଵଂ ଦୋକାନରୁ ଚୋରି ହୋଇଥିବା ସୂଚନା ମିଳିଛି। ଏହି ଅଞ୍ଚଳର ବିଜୟ ଗମାଙ୍ଗଙ୍କ ଘର କବାଟ ଓ ଆଲମିରା ଭାଙ୍ଗି ୭୦,୦୦୦/- ଟଙ୍କା ସହିତ ଘରୁ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଛି। ସେହିପରି ଅଶ୍ୱିନୀ ଶବରଙ୍କ ଦୋକାନରୁ ମଧ୍ୟ ୬୦୦୦/- ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଖବର ପାଇ ସେରଙ୍ଗ ଥାନା ପକ୍ଷରୁ ପ୍ରଶାନ୍ତ ଚନ୍ଦ୍ର ପାଲକା ଓ କ୍ଷେତ୍ରପାଳ ସିଂ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଫରେନସିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି। ଷ୍ଟ୍ରିଟ୍ ଲାଇଟ୍ ନଥିବାରୁ ଚୋରି ହୋଇଥିବା ଅଞ୍ଚଳର ସମାଜସେବୀ ଇବିଜନ୍ କାଲଭିନ୍ ମଣ୍ଡଳ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ତୁରନ୍ତ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ସହିତ ଚୋର ମାନଙ୍କୁ ଧରିବା ପାଇଁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।
