ଗଞ୍ଜାମ ଜିଲ୍ଲା ସିଂହାସନୀ ପୀଠରୁ ବୃଦ୍ଧ ନିଖୋଜ
ପୋଲସରା: ଆଜି ମାଁ ସିଂହାସନୀଙ୍କ ପୀଠକୁ ଦର୍ଶନ ପାଇଁ ଆସିଥିବା ବେଳେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଙ୍ଗାଦାହାଣୀ ଗ୍ରାମର ଶୁକ୍ର ଭୂୟାଁ (୭୧) ନିଖୋଜ ହୋଇଥିବା ଜଣାପଡ଼ିଛି। ସେ ୧୫ ଜଣ ବୃଦ୍ଧଙ୍କ ସହିତ ମାଁଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ହଠାତ୍ କେଉଁ ଆଡ଼େ ଚାଲିଯାଇଥିଲେ। ପରେ ସାଙ୍ଗସାଥୀ ଓ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା।
ଏହାପରେ ପରିବାର ପକ୍ଷରୁ ପୋଲସରା ଥାନାରେ ଏକ ଲିଖିତ ନିଖୋଜ ଅଭିଯୋଗ ଦାଖଲ କରାଯାଇଛି। କୌଣସି ବ୍ୟକ୍ତି ଯଦି ଶୁକ୍ର ଭୂୟାଁଙ୍କ ସମ୍ବନ୍ଧରେ କୌଣସି ଖବର ପାଆନ୍ତି, ତେବେ ୯୭୭୭୮୮୮୭୭୦ ନମ୍ବରରେ ପରିବାର ଲୋକଙ୍କ ସହିତ କିମ୍ବା ୮୨୪୯୧୭୯୬୭୯ ନମ୍ବରରେ ଯୋଗାଯୋଗ କରିବା ପାଇଁ ନିବେଦନ କରାଯାଇଛି।
ଗଣେଶ ପାଣିଗ୍ରାହୀ, ରିପୋର୍ଟ।
ଗଞ୍ଜାମ ଜିଲ୍ଲା ସିଂହାସନୀ ପୀଠରୁ ବୃଦ୍ଧ ନିଖୋଜ
