ଗଞ୍ଜାମ ଜିଲ୍ଲା ଲଙ୍କା ଦହନ ବେଳେ ବେହୋସ ହେଲେ ହନୁ।
ବୁଗୁଡ଼ା ୧୩/୦୪/୨୬ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଶଙ୍କରୁ ଗ୍ରାମରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଭାବସର ଓ କାନକୁଟୁରୁ ଦଣ୍ଡନାଚ ଚାଲିଥିବା ବେଳେ ଭାବସର ଗ୍ରାମର ହନୁମାନ ଅଭିନୟ କରୁଥିବା ବ୍ୟକ୍ତି ଜଣଙ୍କ ନଡ଼ିଆ ଗଛରେ ଚଢି ଦଉଡ଼ିରେ ଖସିବାପାଇଁ ପାଇଁ ପ୍ରସ୍ତୁତି ବେଳେ ବେହୋସ୍ ହୋଇ ଗଛରେ ଲାଖି ରହିଥିଲେ। ଲୋକେ ଚେଷ୍ଟା କରି ମଧ୍ୟ୍ୟ ହନୁମାନ ଚରିତ୍ରର ବ୍ୟକ୍ତିଙ୍କୁ ଉଦ୍ଧାର କରିପାରିନଥିଲେ । ବୁଗୁଡ଼ା ଥାନା ଘଟଣା ବିଷୟରେ ଜଣାଇଥିଲେ। ଖବର ପାଇ ବୁଗୁଡ଼ା ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ହନୁମାନଙ୍କୁ ଉଦ୍ଧାର କରି ପ୍ରଥମେ ବୁଗୁଡ଼ା ମେଡିକାଲ ରେ ଭର୍ତ୍ତି କରାଇଥିଲେ କିନ୍ତୁ ହନୁମାନ ଚରିତ୍ରରେ ଅଭିନୟ କରିଥିବା ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି। କିନ୍ତୁ ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଗଣେଶ ପାଣିଗ୍ରାହୀ ରିପୋର୍ଟ
