*ଏମ୍.ଏସ୍. ସ୍ୱାମୀନାଥନ ସ୍କୁଲ୍ ଅଫ୍ ଏଗ୍ରିକଲଚରରେ ପ୍ରଫେସର ଏମ୍. ଏସ୍. ସ୍ୱାମୀନାଥନଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ* ।ଗଜପତି ,୨୮.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଭାରତରେ ସବୁଜ ବିପ୍ଳବର ଜନକ ତଥା ଭାରତ ରତ୍ନ ପ୍ରଫେସର ଏମ୍. ଏସ୍. ସ୍ୱାମୀନାଥନଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଅନ୍ତର୍ଗତ ପାରଳାଖେମୁଣ୍ଡିସ୍ଥିତ ଏମ୍. ଏସ୍. ସ୍ୱାମୀନାଥନ ସ୍କୁଲ୍ ଅଫ୍ ଏଗ୍ରିକଲଚର ପକ୍ଷରୁ ସୋମବାର ଦିନ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି।“ସବୁଜ ବିପ୍ଳବରୁ ସବୁଜ-ସମୃଦ୍ଧ ବିପ୍ଳବ ଆଡ଼କୁ” ବିଷୟବସ୍ତୁକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ସ୍ୱାମୀନାଥନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ ପରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।କୃଷି ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପ୍ରଫେସର ସ୍ୱାମୀନାଥନଙ୍କ ଅବଦାନ ଏବଂ ଭାରତର ଖାଦ୍ୟ ସୁରକ୍ଷାରେ ତାଙ୍କ ଭୂମିକା ଉପରେ ସିୟୁଟିଏମ୍ର କୃଷି ଡିନ୍ ପ୍ରଫେସର ସାଗର ମୈତ୍ର ସ୍ୱାଗତ ଅଭିଭାଷଣ ରଖିଥିଲେ।ଛାତ୍ରଛାତ୍ରୀମାନେ ‘ପ୍ରଫେସର ଏମ୍. ଏସ୍. ସ୍ୱାମୀନାଥନଙ୍କ ଜୀବନ ଓ ଅବଦାନ’ ଉପରେ ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଫେସର ସ୍ୱାମୀନାଥନଙ୍କ ଜୀବନ, କୃଷି କ୍ଷେତ୍ରରେ ତାଙ୍କ ଅବଦାନ ଓ ଚିନ୍ତାଧାରା ସମ୍ପର୍କରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ କୁଇଜ୍ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଡଃ. ଡି. ରାମା ନାଇଡୁ ବିଜ୍ଞାନ ଜ୍ୟୋତି ଇନଷ୍ଟିଚ୍ୟୁଟ୍ ଅଫ୍ ରୁରାଲ୍ ଡେଭଲପମେଣ୍ଟର ନିର୍ଦ୍ଦେଶକ ପ୍ରଫେସର ଏମ୍. ଦେବେନ୍ଦ୍ର ରେଡ୍ଡୀ ପ୍ରଫେସର ସ୍ୱାମୀନାଥନଙ୍କ ଚିନ୍ତାଧାରାର ସମସାମୟିକ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ।ଏମ୍. ଏସ୍. ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍, ଜୟପୁର, କୋରାପୁଟର ଏରିଆ ଡାଇରେକ୍ଟର ଡଃ. ପ୍ରସନ୍ନ କୁମାର ପରିଡ଼ା ସ୍ଥାୟୀ କୃଷି, ଜଳବାୟୁ ସହନଶୀଳତା ଏବଂ କୃଷକ ସମୁଦାୟ ସହ କୃଷି ଗବେଷଣାର ସମ୍ପର୍କକୁ ମଜବୁତ କରିବା ଉପରେ ବିଶେଷ ଅଭିଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ‘ଏଭରଗ୍ରୀନ୍ ପ୍ଲେଜ୍’ ଗ୍ରହଣ କରି ସ୍ଥାୟୀ କୃଷି, ପରିବେଶ ସୁରକ୍ଷା, ଖାଦ୍ୟ ସୁରକ୍ଷା ଓ କୃଷକ କଲ୍ୟାଣ ପ୍ରତି ନିଜର ପ୍ରତିବଦ୍ଧତା କୁ ଦର୍ଶାଇଥିଲେ।ଏମ୍.ଏସ୍. ସ୍ୱାମୀନାଥନ ସ୍କୁଲ୍ ଅଫ୍ ଏଗ୍ରିକଲଚରର ଡିନ୍ (ପ୍ରଶାସନ) ପ୍ରଫେସର ଏସ୍. ପି. ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଙ୍ଗୀତ ପରିବେଷଣ ଓ ସାମୂହିକ ଫଟୋଗ୍ରାଫ୍ ସହ ସଫଳତାର ସହ ସମ୍ପନ୍ନ ହୋଇଥିଲା ।
ଏମ୍.ଏସ୍. ସ୍ୱାମୀନାଥନ ସ୍କୁଲ୍ ଅଫ୍ ଏଗ୍ରିକଲଚରରେ ପ୍ରଫେସର ଏମ୍. ଏସ୍. ସ୍ୱାମୀନାଥନଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ*
