କେ.ବି. ହିଷ୍ଟ୍ କଲେଜରେ ପବିତ୍ର ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ….
କନ୍ଧମାଳ : -(ରିପୋର୍ଟ କୁନା ଦିଗାଲ )କନ୍ଧମା ଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ପଞ୍ଚବଟୀ ପସରା ସ୍ଥିତ କେ.ବି.ହିଷ୍ଟ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂଜ୍ୟ ବାପୁଜୀଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀମାନେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନ କରିବା ସହ ତାଙ୍କ ଆଦର୍ଶ ଓ ଦେଶ ଗଠନରେ ତାଙ୍କର ଅବଦାନ ସମ୍ପର୍କରେ ଭାଷଣ ପ୍ରଦାନ କରିଥିଲେ। ଏହି ଜୟନ୍ତୀ ଉତ୍ସବ ଅବସରରେ କଲେଜ ପରିସରରେ ଏକ ‘ସ୍ୱଚ୍ଛ ଭାରତ’ ଅଭିଯାନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ସୁବ୍ରତ ଦିଗାଲ ସଫଳତାର ସହ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଇନ ଚାର୍ଜ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜନ୍ମେଜୟ ନାୟକ ଓଡ଼ିଆ ବିଭାଗର ଅଧ୍ୟାପିକା ସୁଶ୍ରୀ ରୋଶନୀ ନାୟକ ଏବଂ କଲେଜର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ବିଭୀଷଣ ସାହାଣୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ଇନ୍ଚାର୍ଜ ଶ୍ରୀଯୁକ୍ତ ଜନ୍ମେଜୟ ନାୟକ ଉପସ୍ଥିତ ଥିବା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରିଥିଲେ।
