ବରିଷ୍ଠ ନାଗରିକଙ୍କ ଆତ୍ମହତ୍ୟା।
ହିଞ୍ଜିଳି ଥାନା ଅନ୍ତର୍ଗତ ତହଁର ଗ୍ରାମର ଗୋବିନ୍ଦ ଡାକୁଆ ନାମକ ଜଣେ ୭୧ ବର୍ଷ ବୃଦ୍ଧଙ୍କ ଅପମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ରାତ୍ରୀ ଭୋଜନ ସାରି ନିଜ ବାରଣ୍ଡାରେ ଶୋଇଥିଲେ। ସକାଳୁ ପରିବାର ଲୋକେ ତାଙ୍କୁ ଘରର ଗ୍ରୀଲରେ ବେକରେ ଗାମୁଛା ବାନ୍ଧି ଝୁଲିପଡିଛନ୍ତି ଓ ତାଙ୍କୁ ଉଦ୍ଧାର କରି ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମାମଲା ନଂ ୧୯/୨୬ ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
