ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଜପତି ଶାଖାର ସାଧାରଣ ବୈଠକ ଅନୁଷ୍ଠିତ।

ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଜପତି ଶାଖାର ସାଧାରଣ ବୈଠକ ଅନୁଷ୍ଠିତ।

*ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଗଜପତି ଶାଖାର ସାଧାରଣ ବୈଠକ ଅନୁଷ୍ଠିତ।*

ଗଜପତି-(ମନୋଜ ପାଢୀଙ୍କ ରିପୋର୍ଟ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ ପରିସରରେ ଥିବା ବୈଠକ ଗୃହରେ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ, ଗଜପତି ଶାଖାର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ମହାମଣ୍ଡଳ ସମ୍ପାଦକ ଇଞ୍ଜିନିୟର ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ଉପଦେଷ୍ଟା ଇଞ୍ଜିନିୟର ଶିବ ପ୍ରସାଦ ପାଳ, ସମ୍ପାଦକ ଇଞ୍ଜିନିୟର ଉମାଶଙ୍କର ପାତ୍ର, ରାମକୋ ସିମେଣ୍ଟ ଡିଷ୍ଟ୍ରିବ୍ୟୁଟର ପ୍ରକାଶ କୁମାର ପାତ୍ର, ରାମକୋ ସିମେଣ୍ଟର ଡେପୁଟି ଜେନେରାଲ ମ୍ୟାନେଜର ଅଦ୍ୱେଷ କୁମାର ସିଂ ଏବଂ ଡେପୁଟି ମ୍ୟାନେଜର ଗୌରୀଶଙ୍କର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱର୍ଗତ ଇଞ୍ଜିନିୟର କେ. ନାଗେଶ୍ୱର ସେନାପତିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ସହକାରୀ ଇଞ୍ଜିନିୟର ଉମାଶଙ୍କର ପାତ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ଅବସରପ୍ରାପ୍ତ ଇଞ୍ଜିନିୟର କୃଷ୍ଣଚନ୍ଦ୍ର ପ୍ରଧାନ, ଇଞ୍ଜିନିୟର ସୁରେନ୍ଦ୍ର ନାଥ ମିଶ୍ର ,ଇଞ୍ଜିନିୟର ରାଧାକାନ୍ତ ଏବଂ ଇଞ୍ଜିନିୟର ସୁଦର୍ଶନ ବେଣିଆ ପ୍ରମୁଖଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଇଞ୍ଜିନିୟରମାନଙ୍କୁ ମଧ୍ୟ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସ୍ୱାଗତ କରାଯାଇଥିଲା।ବୈଠକରେ ଗଜପତି ଜିଲ୍ଲାର ସାମଗ୍ରିକ ଉନ୍ନତି ଓ ବିକାଶକୁ ଗୁରୁତ୍ୱ ଦେଇ ନିଜ ନିଜ ବିଭାଗୀୟ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରିବା ପାଇଁ ଇଞ୍ଜିନିୟରମାନଙ୍କୁ ପରାମର୍ଶ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲାରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ବିଭିନ୍ନ ବ୍ଲକର ସହକାରୀ ଯନ୍ତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ଇଞ୍ଜିନିୟର ମାନେ ଉପସ୍ଥିତ ଥିଲେ। ରାମକୋ ସିମେଣ୍ଟର ସହଯୋଗରେ ଏହି ସାଧାରଣ ବୈଠକ ଆୟୋଜିତ ହୋଇଥିବା ବେଳେ ରାମକୋ ସିମେଣ୍ଟ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।