ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରଶମନ ଦିବସ ଉପଲକ୍ଷେ ମକ୍ ଡ୍ରିଲ୍ ଅନୁଷ୍ଠିତ ।

ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରଶମନ ଦିବସ ଉପଲକ୍ଷେ ମକ୍ ଡ୍ରିଲ୍ ଅନୁଷ୍ଠିତ ।

*ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରଶମନ ଦିବସ ଉପଲକ୍ଷେ ମକ୍ ଡ୍ରିଲ୍ ଅନୁଷ୍ଠିତ ।

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ମାଇ ଭାରତ କେନ୍ଦ୍ର ଗଜପତି ପକ୍ଷରୁ ଆଜି ଖଜୁରୀପଦାସ୍ଥିତ ବାବା ସାହେବ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କିଶୋର ବେମୁଲାୱାଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ସମୟରେ ସୁରକ୍ଷା, ପ୍ରସ୍ତୁତି ଓ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।ମାଇ ଭାରତର ଷ୍ଟାଫ୍ ଶ୍ରୀ ଏ. ମହେଶ୍ୱର ରାଓ ଏବଂ ନୂଆଗଡ଼ ବ୍ଲକର ମାଇ ଭାରତ ସ୍ୱେଚ୍ଛାସେବୀ ଶ୍ରୀ ବିପ୍ର ପାଇକ ଓ ଶ୍ରୀ ମନୋଜ ପାଇକଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ସ୍ଥାନୀୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପ୍ରେମଚନ୍ଦ୍ର ସିଂହ ଏବଂ ସହକାରୀ ପ୍ରଧାନଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପାଲରା ଛାତ୍ରଛାତ୍ରୀଙ୍କୁ ବିପର୍ଯ୍ୟୟ ସମୟରେ ସଚେତନ ଓ ପ୍ରସ୍ତୁତ ରହିବା ସହ ନିଜର ତଥା ଅନ୍ୟମାନଙ୍କ ଜୀବନର ସୁରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ଅଗ୍ନିଶମ ବିଭାଗର କର୍ମଚାରୀ ଶ୍ରୀ ଗୁରୁ ବେହେରା, ଶ୍ରୀ ସଞ୍ଜୟ ସାହୁ, ଶ୍ରୀ ସଦାନନ୍ଦ ପଣ୍ଡା ଓ ଅନ୍ୟ କର୍ମଚାରୀମାନଙ୍କ ଦ୍ବାରା ଏକ ସଚେତନତା ମୂଳକ ସ୍ୱରୂପ ମକ ଡ୍ରିଲ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସାପ କାମୁଡ଼ା, ଭୂସ୍ଖଳନ, ଭୂମିକମ୍ପ, ଅଗ୍ନିକାଣ୍ଡ, ବଜ୍ରପାତ ଓ ବନ୍ୟା ଭଳି ପ୍ରାକୃତିକ ଏବଂ ମାନବ ସୃଷ୍ଟି ବିପର୍ଯ୍ୟୟ ସମୟରେ କିପରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସହାୟତା ପ୍ରଦାନ କରାଯାଇପାରିବ, ସେ ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ପ୍ରଦାନ କରାଯାଇଥିଲା।ଖଜୁରୀପଦା ଅଞ୍ଚଳରେ ଭୂସ୍ଖଳନ ଜନିତ ବିପଦକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପ୍ରବଣ ସ୍ଥାନରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ସହିତ ପ୍ରଶାସନର ଜରୁରୀ ସୂଚନା ଅନୁସରଣ କରିବା ଏବଂ ଉଦ୍ଧାରକାରୀ ଦଳକୁ ସହଯୋଗ କରିବା ଉପରେ ବିଶେଷ ଭାବେ ଆଲୋକପାତ କରାଯାଇଥିଲା।ପରେ ବିପର୍ଯ୍ୟୟ ସଚେତନତା ଓ ପ୍ରସ୍ତୁତି ବିଷୟବସ୍ତୁକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବତ୍କୃତା ପ୍ରତିଯୋଗିତା ହୋଇଥିଲା। ଏଥିରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି ଓ ସାମୂହିକ ଦାୟିତ୍ୱ ସମ୍ପର୍କରେ ନିଜ ମତାମତ ରଖିଥିଲେ।ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।