– ଅଜଣା ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର
, ଗଜପତି (ମନୋଜ ପାଢ଼ୀ)–: ଅଜଣା ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର l ଆଜି ସକାଳୁ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶଗଡ଼ା ଘାଇ କୁ ଶଗଡ଼ା ଗ୍ରାମର କିଛି ବ୍ୟକ୍ତି ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ ଦେହ ପାଣି ରେ ଭାସୁଥିବା ଦେଖିବାକୁ ପାଇଥିଲେ l ସେମାନେ ଗ୍ରାମବାସୀଙ୍କୁ ଜଣାଇବା ସହ ଚନ୍ଦ୍ରଗିରି ଫାଣ୍ଡି ପୋଲିସକୁ ଜଣାଇଥିଲେ l ତେବେ ଘଟଣା ସ୍ଥଳରେ ଚନ୍ଦ୍ରଗିରି ଫାଣ୍ଡି ପୋଲିସ ଓ ମୋହନା ଅଗ୍ନିଶମ ବାହିନୀ ପହଞ୍ଚି ପାଣିରେ ଭାସିଥିବା ଶବକୁ ବାହାର କରି ଜବତ କରିଛନ୍ତି l ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳନଥିବା ବେଳେ ତଦନ୍ତ ପରେ ମୃତ ବ୍ୟକ୍ତିର ସମ୍ପୂର୍ଣ ତଥ୍ୟ ମିଳିପାରିବ ବୋଲି ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ ସେଠୀ କହିଛନ୍ତି l
