ଯୁବକଙ୍କ ମୃତ ଦେହ ଉଦ୍ଧାର , ହତ୍ୟା ସନ୍ଦେହ ( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର) ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଂଚାୟତ କେ ନୂଆଁଗଡ଼ ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି ଓ ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କେ ନୂଆଁଗଡ଼ ଗ୍ରାମର ସୁଦାମ ସେଠୀଙ୍କ ଠାରୁ ପ୍ରକାଶ ଯେ ତାଙ୍କ ଭାଇ ରାଜେଶ ଗତ ୩ ଦିନ ହେଲା ଘରୁ ବାହାରି ଯାଇ ଆଉ ଘରକୁ ଫେରିନଥିଲେ। କିନ୍ତୁ ଗତକାଲି ଅପରାହ୍ନରେ ସୁଦାମଙ୍କ ପରିବାର ଲୋକେ ଖବର ପାଇଥିଲେ ଯେ ଗ୍ରାମର ସୁନା ଖଳା ଚିରା଼ପର ତୋଟା ନିକଟରେ ଥିବା ବିଲରେ ରାଜେଶ୍ ର ଶବ ପଡ଼ିଛି I ଖବର ପାଇ ସୁଦାମ ଏବଂ ପରିବାର ସଦସ୍ୟ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ରାଜେଶର ଶବକୁ ଉଦ୍ଧାର କରିଥିଲେ I ରାଜେଶକୁ କୌଣସି ଦୁର୍ବୃତ୍ତ ହତ୍ୟା କରିଥିବାର ସନ୍ଦେହ କରି ଘଟଣାର ତଦନ୍ତ କରିବା ପାଇଁ ସୁଦାମ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
ଯୁବକଙ୍କ ମୃତ ଦେହ ଉଦ୍ଧାର , ହତ୍ୟା ସନ୍ଦେହ

