*ଗୋସାଣୀ ବ୍ଲକର ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଦୟନୀୟ ଦଶା: ୭୫ ବର୍ଷର ପୁରୁଣା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ବସି ପଢ଼ିବା ବାଧ୍ୟ ହେଉଛି*

*ଗୋସାଣୀ ବ୍ଲକର ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଦୟନୀୟ ଦଶା: ୭୫ ବର୍ଷର ପୁରୁଣା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ବସି ପଢ଼ିବା ବାଧ୍ୟ ହେଉଛି*

ଗଜପତି: ମନୋଜ ପାଢ଼ୀ/ ଗଜପତି ଜିଲ୍ଲାର ଗୋସାଣୀ ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତର ସଉରା ଉରୁଡ଼ା ଗ୍ରାମର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଜି ମୌଳିକ ସୁବିଧା ବିହୀନ ଅବସ୍ଥାରେ ଚାଲିଛି। ୧୯୫୪ ମସିହାରେ ସ୍ଥାପିତ ହୋଇଥିବା ଏହି ୭୫ ବର୍ଷରୁ ଅଧିକ ପୁରୁଣା ବିଦ୍ୟାଳୟରେ ବର୍ତ୍ତମାନ ୧୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ।ମୁଖ୍ୟ ସଡ଼କରୁ ଦୂରେଇ ଥିବାରୁ ଏହି ବିଦ୍ୟାଳୟଟି ପ୍ରଶାସନିକ ଉପେକ୍ଷାର ଶିକାର ହୋଇଛି। ଏହି ଦୁର୍ଗମ ଅବସ୍ଥାନ ଯୋଗୁଁ କୌଣସି ଉଚ୍ଚପଦସ୍ଥ ଅଧିକାରୀ ଙ୍କ ନଜରକୁ ଆସୁନି ବିଦ୍ୟାଳୟଟି । ବିଦ୍ୟାଳୟରେ ଶ୍ରେଣୀକକ୍ଷ ନ ଥିବାରୁ ଛାତ୍ରଛାତ୍ରୀମାନେ ବାରଣ୍ଡା ଓ ଗଳିଘୁଞ୍ଚାରେ ବସି ପଢ଼ୁଛନ୍ତି। ମାତ୍ର ୭ ଜଣ ଶିକ୍ଷକ ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି। ଏହିଭଳି ଶୋଚନୀୟ ଅବସ୍ଥା ସତ୍ତ୍ୱେ ଅନ୍ୟ ବିଦ୍ୟାଳୟଗୁଡ଼ିକ ଗୋଷାଣୀ ବ୍ଲକ ରେ ୨୦ ଛାତ୍ରଛାତ୍ରୀ ୭ ଟି ଶିକ୍ଷକ ଉଚ୍ଚବିଦ୍ୟାଳୟ ମାନ୍ୟତା ପାଇବା ବେଳେ ଏହି ବିଦ୍ୟାଳୟଟି ମୌଳିକ ସୁବିଧା ପାଇଁ ଅପେକ୍ଷା ରେ । ତ୍ୱରିତ ହସ୍ତକ୍ଷେପ ଓ ଏକ ନୂତନ ଭବନ ନିର୍ମାଣ ପାଇଁ ଦାବି କରିଛି। ଶିକ୍ଷା ବିଭାଗର ଏହି ଉଦାସୀନତା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାରରେ ଠେଲି ଦେଉଥିବା ବିଷୟ । ଗ୍ରାମ ଭ୍ରମଣ ସମୟ ରେ ଏହି ବ୍ୟବସ୍ତା ଦେଖି ଦୁଃଖ ଲାଗିଲା । ବୁଝି ପାରୁଥିବେ ଆମ ଶାସନ ବ୍ୟବସ୍ତା ଆଉ ଶିକ୍ଷ୍ୟା ର ଅବହେଳା ।