ଏଫବିଡିଓର ସାଧାରଣ ବୈଠକ ଅନୁଷ୍ଠିତ

ଏଫବିଡିଓର ସାଧାରଣ ବୈଠକ ଅନୁଷ୍ଠିତ
Spread the love

ଏଫବିଡିଓର ସାଧାରଣ ବୈଠକ ଅନୁଷ୍ଠିତ

ସେମିଳିଗୁଡା ତାରିଖ ୨୫,୧୧,୨୦୨୫,ଅବିଭକ୍ତ କୋରାପୁଟ ଜିଲ୍ଲା ରକ୍ତଦାତା ସଂଘର ମାସିକ ବୈଠକ ଦାମନଯୋଡିସ୍ଥିତ ସାଇ ମନ୍ଦିରଠାରେ ଅନୁଷ୍ଠିତ ହୋଇଛି।ଏହି ବୈଠକରେ ସଂଘର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ସଦସ୍ଯ ବିଭିନ୍ନ ମତ ପୋଷଣ କରିଥିଲେ। ଏହି ବୈଠକରେ ଏଫବିଡିଓର ରାଜ୍ଯ ସଭାପତି ଡକ୍ଟର ନରେଶ ଚନ୍ଦ୍ର ସାହୁ,କୋରାପୁଟ ଶାଖା ସଂପାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର,ସଭାପତି ବିଜୟ ସାହୁ,ଉପଦେଷ୍ଟା ଅଜୟ କୁମାର ସାହୁ,ଯୁଗ୍ମ ସମ୍ପାଦକ ପବିତ୍ର କୁମାର ସାହୁ,ସଂଗଠନ ସଂପାଦକ ଆନନ୍ଦ ମୌଳୀ ପଟ୍ଟନାୟକ, କୋଷାଧ୍ୟକ୍ଷ ଗଣେଶ ସାହୁ,ବାମନଯୋଡି ସଂଯୋଜକ ନଳିନୀକାନ୍ତ ସେନାପତି,ନାଲକୋ ସଂଯୋଜକ ଡକ୍ଟର ଅଶୋକ କୁମାର ମହାନ୍ତି,କାର୍ଯ୍ଯକାରୀ ସଭାପତି ପ୍ରଦୀପ କୁମାର ତ୍ରିପାଠୀ,ଉପସଭାପତି ଜୟ ବାଡତ୍ୟା ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ।ଆଗାମୀ ଦିନରେ ବହୁ ଶିବିର କରିବାକୁ ଆଲୋଚନା କରାଯାଇ ଥିଲା।