ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର।( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର) ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଅଙ୍କୁଶପୁର ନିକଟସ୍ଥ ଲକ୍ଷ୍ମୀ ବିହାର ଜନବସତି ଅଂଚଳରୁ ଏକ ଗଳିତ ଶବ ଉଦ୍ଧାର କରି ସଦର ଥାନା ପୋଲିସ୍ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ବ୍ୟକ୍ତିଙ୍କ କୌଣସି ପରିଚୟ ମିଳିନଥିବା ବେଳେ ଗତ ତିନି ଦିନ ପୁର୍ବରୁ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ଯେହେତୁ ଗତ ତିନି ଦିନ ହେଲା ଅଞ୍ଚଳରେ ଦୁର୍ଗନ୍ଧ ବହୁଥିବା ଅଞ୍ଚଳ ଲୋକ ଜାଣିପାରି ମଧ୍ୟ କେହି କିଛି ଅନୁଧ୍ୟାନ କରିନଥିଲେ। ଗତକାଲି ଜଣେ ବ୍ୟକ୍ତି ଗନ୍ଧ ବାରି ଗୋଟିଏ ଲଟାବୁଦା ମୁଳରେ ମୁହଁ ତଳକୁ କରି ଜଣେ ବ୍ୟକ୍ତି ର ଶବ ପଡ଼ିଥିବା ଦେଖି ଅଞ୍ଚଳ ରେ ପ୍ରକାଶ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ସାଗଣ୍ଟିଫିକ୍ ସହ ପହଞ୍ଚି ଶବ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ଶବ ସଂରକ୍ଷଣ ଗୃହ ରେ ରଖି ଏକ ଅପମୃତ୍ୟୁ ମାମଲା ନଂ ୩୩/୨୫ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Related Posts
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।
*ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।* ============= ଗଜପତି,୧୨.୧ (ମନୋଜ ପାଢ଼ୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ରାଗିଡି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ…
ଫାର୍ମାସିଷ୍ଟ ଅର୍ଜୁନ ମେହେର ଆଉ ନାହାନ୍ତି।
ଫାର୍ମାସିଷ୍ଟ ଅର୍ଜୁନ ମେହେର ଆଉ ନାହାନ୍ତି। ବରଗଡ଼ – (ଭବାନୀ ଶଙ୍କରପାଢୀ) ବରଗଡ ଜିଲ୍ଲା ରେମଣ୍ଡା ଗ୍ରାମର ଅର୍ଜୁନ ମେହେର ରାଜ୍ୟ ସରକାରରେ ଜଣେ ଫାର୍ମାସିଷ୍ଟ ରୂପେ…
ନିଶା କାରବାରକୁ ବିରୋଧ କରିବାରୁ ଯୁବକ କୁ ମାରଣାନ୍ତକ ଆକ୍ରମଣ।
ନିଶା କାରବାରକୁ ବିରୋଧ କରିବାରୁ ଯୁବକ କୁ ମାରଣାନ୍ତକ ଆକ୍ରମଣ। ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଖଲ୍ଲିକୋଟ ଥାନା ଅର୍ନ୍ତଗତ ଲଙ୍ଗଳେଶ୍ୱର ଗାଦିଶ୍ଵର ମନ୍ଦିର ନିକଟରେ ବହୁ…
