ମୁଖ୍ୟମନ୍ତ୍ରୀ ଅଫିସର ଯୁଗ୍ମ ସଚିବର ପରିଚୟ ଦେଇ ଚାକିରି ଓ ବଦଳି ପ୍ରତିଶ୍ରୁତିରେ ଠକ – ଜଣେ ଠକ ଗିରଫ

“ମୁଖ୍ୟମନ୍ତ୍ରୀ ଅଫିସର ଭୁଲ ପରିଚୟ ଦେଇ ଠକିବା ଅଭିଯୋଗରେ କଟକ ସଦର ପୋଲିସ୍ ଦ୍ୱାରା ଜଣେ ଠକ ଗିରଫ”

ମୁଖ୍ୟମନ୍ତ୍ରୀ ଅଫିସର ଯୁଗ୍ମ ସଚିବର ପରିଚୟ ଦେଇ ଚାକିରି ଓ ବଦଳି ପ୍ରତିଶ୍ରୁତିରେ ଠକ – ଜଣେ ଠକ ଗିରଫ

ଫୁଲନଖରା, ୨୦/୧୧ — କଟକ ସଦର ପୋଲିସ୍ ମୁଖ୍ୟମନ୍ତ୍ରୀ ଅଫିସର ଯୁଗ୍ମ ସଚିବ ଭାବେ ଭୁଲ ପରିଚୟ ଦେଇ ଚାକିରି କରାଇଦେବା ଓ ବଦଳି କରିଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଠକୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି।ତଦନ୍ତରେ ଜଣାପଡ଼ିଛି ଯେ କେନ୍ଦୁଝର ଜିଲ୍ଲାର ମନ୍ଥଳା ଗ୍ରାମର ଅର୍ଜୁନ ପାଣିଗ୍ରାହୀ, କଟକ ସଦର ଅଞ୍ଚଳର ସମୀର ସାହୁଙ୍କୁ ପୋଲିସ୍ ଚାକିରି କରାଇଦେବା ପାଇଁ ୭୫ ହଜାର ଟଙ୍କା ନେଇଥିଲେ। ପ୍ରତିଶ୍ରୁତି ଅନୁଯାୟୀ ଚାକିରି ନମିଳିବାରୁ ସମୀର ଟଙ୍କା ଫେରତ ଦାବୀ କଲେ, କିନ୍ତୁ ଅଭିଯୁକ୍ତ କେବଳ ୨୦ ହଜାର ଟଙ୍କା ଫେରାଇଥିଲେ।ତା’ପରେ ଅନ୍ୟ ଲୋକଙ୍କୁ ମଧ୍ୟ ଏହି ପ୍ରକାରର ଚାଲିରି ଓ ବଦଳି ପ୍ରତିଶ୍ରୁତି ଦେଇ ଠକୁଥିବା ତଥ୍ୟ ମିଳିଥିଲା। ସେଥିପରେ ସମୀର ସାହୁ କଟକ ସଦର ଥାନାରେ ମାମଲା ରୁଜୁ କରିଥିଲେ।ପୁଲିସ୍ ଅର୍ଜୁନଙ୍କଠାରୁ ନଗଦ ୩୮ ହଜାର ଟଙ୍କା, ବିଭିନ୍ନ ବ୍ୟକ୍ତିଙ୍କ ନାମ ଥିବା ରେଜିଷ୍ଟର, ଏକ ସାମ୍ବାଦିକ ପରିଚୟପତ୍ର, ଓ ବ୍ୟାଙ୍କ ପାସ୍‌ବୁକ ଜବତ କରିଛି।