ଝାରସୁଗୁଡ଼ା ପାଲଟିଲା ‘ମିନି ଜାମତରା’, ସାଇବର ଠକେଇ ରାକେଟ୍‌ର ପର୍ଦାଫାସ—୧୨ ଗିରଫ, ୬୧ ପାସବୁକ ଓ ୯୦ ମୋବାଇଲ ଜବତ

"Jharsuguda police arrest 12 cyber fraud accused; 61 passbooks, 41 ATM cards, 90 mobile phones seized."
Spread the love

ଝାରସୁଗୁଡ଼ା (Info Med): ସାଇବର ଠକେଇ ମାମଲାରେ ଝାରସୁଗୁଡ଼ା ଏବେ ଦ୍ରୁତ ଗତିରେ ‘ମିନି ଜାମତରା’ ରୂପ ଧାରଣ କରୁଛି। ଦେଶବ୍ୟାପୀ ସାଇବର ଠକେଇ ଯେଉଁଠାରୁ ଜାମତରା, ବିହାର, ରାଜସ୍ଥାନକୁ ଆଧାର କରି ଚାଲୁଥାଏ, ସେହି ଚେର ଏବେ ଝାରସୁଗୁଡ଼ା ପର୍ଯ୍ୟନ୍ତ ଲମ୍ବିଛି। ଏଭଳି ଏକ ବଡ଼ ସାଇବର ଠକେଇ ରାକେଟକୁ ଝାରସୁଗୁଡା ପୁଲିସ ଚିହ୍ନଟ କରି ପର୍ଦାଫାସ କରିଛି।ପୁଲିସ ଅଭିଯାନରେ ୧୨ଜଣ ଅଭିଯୁକ୍ତ—ଯାହାମାନଙ୍କ ମଧ୍ୟରେ ୨ ଜଣ ନାବାଳକ—ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ୬୧ରୁ ଅଧିକ ବ୍ୟାଙ୍କ ପାସବୁକ, ୪୧ଟି ATM କାର୍ଡ, ୯୦ଟି ମୋବାଇଲ ଫୋନ୍ ଓ ଏକ କାର ଜବତ କରିଛି।ଏହି ରାକେଟ୍‌ର ଜାଳ ଝାରସୁଗୁଡ଼ା ଠାରୁ ଆରମ୍ଭ ହୋଇ ଜାମତରା, ବିହାର ଓ ରାଜସ୍ଥାନ ପର୍ଯ୍ୟନ୍ତ ଚାଲୁଥିବା ସୂଚନା ମିଳିଛି। ତଦନ୍ତ ଚାଲିଥିବା ବେଳେ ଆହୁରି ଅଧିକ ଅଭିଯୁକ୍ତ ଗିରଫ ହୋଇପାରନ୍ତି ଭାବେ ଝାରସୁଗୁଡ଼ା ଏସପି ଜି. ଆର. ରାଘବେନ୍ଦ୍ର କହିଛନ୍ତି।ଗିରଫ ଅଭିଯୁକ୍ତମାନେ:ସୋନୁ ମଣ୍ଡଳ, ଶୁଭମ ପ୍ରସାଦ, ଶିଭମ ସାହୁ, ଅଭୟ ଘୋଷ, ସମୀର ସୁନା, ଏମ. ଜଗଦୀଶ୍ୱର ରାଓ, ଯୋଗେଶ୍ୱର ଚାନ୍ଦ (ସମ୍ବଲପୁର), ନରେଶ ବାଗ, ଧୀରଜ ଗରଡିଆ, ଅଭିରାଜ ଶାହ (ରାଉରକେଲା), ସହିତ ଦୁଇ ନାବାଳକ।ଏହି ଅଭିଯୁକ୍ତମାନେ ଭୂଆ କଲ୍, ଅନଲାଇନ ଲୋନ୍, KYC ଅପଡେଟ୍, ଲଟେରୀ ଜିତିଛନ୍ତି ବୋଲି ଠକେଇ, ରାନସମୱେର୍ ଲିଙ୍କ ଇତ୍ୟାଦି ମାଧ୍ୟମରେ ସାଧାରଣ ଲୋକଙ୍କୁ ଫସାଇଥିବା ସନ୍ଦେହ ଅଛି।