ଆଶ୍ରୟଗଡ଼ ଓ ବୁରୁଡ଼ିଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ପୋଲ ଭୁଷୁଡ଼ି କି ଚାରିଦିନ ହେଲାଣି ପ୍ରଶାସନ ଆଜି ପର୍ଯ୍ୟନ୍ତ ସେହି ପୋଲ ପାଖକୁ ପହଞ୍ଚି ନଥିବା ଦେଖିବା ମିଳିଛି।

ଆଶ୍ରୟଗଡ଼ ଓ ବୁରୁଡ଼ିଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ପୋଲ ଭୁଷୁଡ଼ି କି ଚାରିଦିନ ହେଲାଣି ପ୍ରଶାସନ ଆଜି ପର୍ଯ୍ୟନ୍ତ ସେହି ପୋଲ ପାଖକୁ ପହଞ୍ଚି ନଥିବା ଦେଖିବା ମିଳିଛି।
Spread the love

ଆଶ୍ରୟଗଡ଼ ଓ ବୁରୁଡ଼ିଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ପୋଲ ଭୁଷୁଡ଼ି କି ଚାରିଦିନ ହେଲାଣି ପ୍ରଶାସନ ଆଜି ପର୍ଯ୍ୟନ୍ତ ସେହି ପୋଲ ପାଖକୁ ପହଞ୍ଚି ନଥିବା ଦେଖିବା ମିଳିଛି।

ଗଜପତି (ମନୋଜ ପାଢୀ)ଆଧୁନିକ ଯୁଗରେ ପ୍ରତେକ ଲୋକମାନଙ୍କ ପାଖରେ ମୋବାଇଲ ଅଛି ଜନସାଧାରଣ ଅତି ଛୋଟ ଛୋଟ ବିଷୟ ମଧ୍ୟ ୱାଟ୍ସଅପ ଫେସବୁକ ରେ ଦେଖୁଛନ୍ତି ସେର କରୁଛନ୍ତି କିଛି ସମୟରେ ସେ ସବୁ ଘଟଣା ଗୁଡ଼ାକ ଚୋର୍ଚ୍ଚା ହଉଛି ଗାଁ ରୁ ସହର ପର୍ଯ୍ୟନ୍ତ ସେ ସବୁ ଘଟଣା ଦେଖିବାକୁ ମିଳୁଛି ଶୁଣିବାକୁ ମିଳୁଛି କିନ୍ତୁ ପଳ ଭୁଷୁଡ଼ି ଦୀର୍ଘ ଚାରି ଦିନ ହେଲାଣି କୌଣସି ଅଧିକାରୀଙ୍କ ଦେଖାମିଳୁନାହିଁ। ସରକାରଙ୍କ ପୂର୍ବ ସୂଚନା ଅନୁସାରେ ପ୍ରଶାସନ କୁ ସଜାଗ ରହି ବିପନ୍ନ କୁ ତ୍ୱରିତ ସହାୟତା କରିବା ପାଇଁ ନିର୍ଦେଶ ଥିଲେ ମଧ୍ୟ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଭା ପଞ୍ଚାୟତ ଆଶ୍ରୟଗଡ଼ ଓ ବୁରୁଡ଼ିଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ପୋଲ ଭୁଷୁଡ଼ି କି ଚାରିଦିନ ହେଲାଣି ପ୍ରଶାସନ ଆଜି ପର୍ଯ୍ୟନ୍ତ ସେହି ପୋଲ ପାଖକୁ ପହଞ୍ଚି ନାହାନ୍ତି ଗୁରୁବାର ଦିନର ବର୍ଷାରେ ଏହି ପୋଲ ଭୁଷୁଡ଼ି ଯିବା ଦ୍ୱାରା ଅନେକ ଗ୍ରାମକୁ ଯାତାୟାତ ରେ ବାଧା ସୃଷ୍ଟି କରିଛି ଚାରୋଟି ପଞ୍ଚୟତ ବାସୀ ଏହି ପୋଲ ଉପରେ ନିର୍ଭର କରି ଯାତାୟାତ କରୁଥିଲେ କିନ୍ତୁ ପୋଲ ଭାଙ୍ଗି ଚାରିଦିନ ହେଲାଣି କିନ୍ତୁ ପ୍ରଶାସନ ସେହି କ୍ଷତିଗ୍ରସ୍ତ ଜାଗାକୁ ପହଞ୍ଚି ନାହାନ୍ତି। ଏହା ଗୁମ୍ମା ବ୍ଲକ ସଦରମାହକୁମା ଠାରୁ ମାତ୍ର ୩କି. ମିର ଦୂରତା ଅଟେ କିନ୍ତୁ କେମିତି ପ୍ରଶାସନ ଏହାକୁ ଅଣଦେଖା କରୁଛି ତାହା ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ଗ୍ରାମବାସୀ ମାନେ ପ୍ରଶାସନ ର ଅବହେଳା ଦେଖି ପାରଳା ବିଧାୟକ ଇଁ ରୁପେଶ ପାଣିଗ୍ରାହୀ ଙ୍କ ପାଖକୁ ଯାଇ ଦୁଃଖ ଜଣାଇ ଗ୍ରାମକୁ ଆସି ସେହି ପୋଲ ଏବଂ ଆଖପାଖର କ୍ଷୟ କ୍ଷତି ଆସି ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ। ବିଧାୟକ ତୁରନ୍ତ ଯାଇ ସେହି ଭାଙ୍ଗି ଯାଇଥିବା ପଳ ଦେଖି ସେହି ଜାଗାରୁ ହିଁ ପୂର୍ତ୍ତ ବିଭାଗ ଏବଂ ତହସିଲଦାର ଙ୍କୁ ଫୋନ କରି ଜଣାଇଲେ ଏବଂ ତୁରନ୍ତ ପଦକ୍ଷେପ ନେବା ପାଇଁ କହିଥିଲେ।