*ରାଷ୍ଟ୍ରଦୀପ ପ୍ରସାର ସମିତି ର ବନମହୋତ୍ସବ ସମାପନ ସମାରୋହ*
ସେମିଳିଗୁଡା ତାରିଖ ୪,୧୦,୨୦୨୫,ଦାମନଯୋଡିର ଅଗ୍ରଣୀ ସାମାଜିକ ସଂଗଠନ “ରାଷ୍ଟ୍ରଦୀପ ପ୍ରସାର ସମିତି” ପକ୍ଷରୁ ଜୁଲାଇ ମାସ ଠାରୁ ଆରମ୍ଭ ହୋଇଥିବା ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସେକ୍ଟର -୩ ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିର ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ସହ ସମାପନ ହୋଇଥିଲା । ସମିତି ସଭାପତି ଇଂ ପୁରୁଷୋତ୍ତମ ମହାନ୍ତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ମୁଖ୍ୟ ଅତିଥି ଓ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ କୋରାପୁଟର କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ମୁଖ୍ୟ ବକ୍ତା ଙ୍କ ସମେତ ସମ୍ମାନୀତ ଅତିଥି ଭାବେ ଆଦିମ ଗୁରୁକୁଳ ଆଶ୍ରମ ର ଆଚାର୍ଯ୍ୟ ମନୁଦେବ, ହରିଦ୍ଵାର ପାତଞ୍ଜଳୀ ଯୋଗ ସମିତି ର ସ୍ବାମୀ ସତ୍ଯଦେବ, ନାଲକୋର ମାନବ ସମ୍ବଳ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀଯୁକ୍ତ ସୁଗତୋ ଆନନ୍ଦ ବସୁ ଓ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀର କମାଣ୍ଡାଣ୍ଟ ଶ୍ରୀଯୁକ୍ତ ସତ୍ୟ ଦେବ ଆର୍ଯ୍ଯ ପ୍ରମୁଖ ମଞ୍ଚାସୀନ ଥିଲେ । ସମିତି ସମ୍ପାଦକ ଡ. ଜଳେନ୍ଦ୍ର ତ୍ରିପାଠୀ ଚଳିତ ବର୍ଷର “ମାଆଙ୍କ ନାମରେ ଏକ ବୃକ୍ଷ” ସ୍ଲୋଗାନ କୁ ନେଇ ଦୀର୍ଘ ଦୁଇ ମାସ ଧରି ଚାଲିଥିବା ବୃକ୍ଷରୋପଣ ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଇତି ଅବସରରେ ପର୍ଯ୍ୟାବରଣ ସୁରକ୍ଷାରେ ବିଶେଷ ଅବଦାନ ପାଇଁ କେତେକ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନୀତ କରାଯାଇଥିଲା । ସର୍ବଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ ।

