ଗଜ ଲକ୍ଷ୍ମୀ ପୂଜା ର ଶୁଭ ସ୍ତମ୍ଭ ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଗଜ ଲକ୍ଷ୍ମୀ ପୂଜା ର ଶୁଭ ସ୍ତମ୍ଭ ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
Spread the love

ଗଜ ଲକ୍ଷ୍ମୀ ପୂଜା ର ଶୁଭ ସ୍ତମ୍ଭ ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୨୬.୦୯.୨୦୨୫ରିଖ (ଶୁକ୍ର ବାର)ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତ ଆନ୍ଧ୍ର କେମ୍ଫ ଠାରେ ଶ୍ରୀରାମ ବଣିକ ସଂଘ ତରଫ ରୁ ପବିତ୍ର ଗଜ ଲକ୍ଷ୍ମୀ ପୂଜା ର ଶୁଭ ସ୍ତମ୍ଭ ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ସମ୍ପାଦକ ରିଙ୍କୁ ସେନ କର ଓ ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ପ୍ରଣତୀ କର କର୍ତ୍ତା ଭାବ ରେ ଦାୟିତ୍ୱ ନିର୍ବାହନ କରିଥିଲେ।ଆସନ୍ତା ମାସ ତା ୦୫.୧୦.୨୦୨୫ରିଖ ରୁ ୦୮.୧୦.୨୫ରିଖ ପର୍ୟ୍ୟନ୍ତ ଖୁବ୍ ଧୁମ୍ ଧାମରେ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଅବସର ରେ ହାସ୍ୟ କବି ସମ୍ବିଳନି, ଛୋଟ ଛୁଆ ମାନଙ୍କ ଦ୍ଵାରା ନୃତ୍ୟ ପ୍ରଦର୍ଶନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି ବୋଲି ପୂଜା କମିଟି ର ସଭାପତି ଜି. ବାସୁ ବାବୁ ସୂଚନା ଦେଇଛନ୍ତି।