ବନାନୀ କଳା ସଙ୍ଗମ ପକ୍ଷରୁ ୩୮ ତମ ଓଡିଶା ନାଟ୍ଯ ସଂଘ ପ୍ରତିଷ୍ଠା ଦିବସ….
କନ୍ଧମାଳ :- 26 /09( ରିପୋର୍ଟ କୁନା ଦିଗାଲ)ଫୁଲବାଣୀ ର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଗୁରୁବାର ୩୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l ଏହି ଅବସରରେ ବନାନୀ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ. ଅରୂପ ଜେନା ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପି ଏ ଆଇ ଟି ଡି ଏ ତଥା ନାଟ୍ୟ କାରଓ ନାଟ୍ୟ ନିର୍ଦ୍ଦେଶକ ଗଦା ଧର ପାତ୍ର ଯୋଗ ଦେଇଥିବାବେଳେ ଅନ୍ୟ ତମ ବକ୍ତା ଭାବେ ନିର୍ଦେଶକ ତଥା ବରିଷ୍ଠ ଆଇନଜୀବୀ, ସାହିତ୍ୟିକ ରବୀନ୍ଦ୍ର ନାଥ ମିଶ୍ର, ବନାନୀ ଉପ ସଭାପତି କଳାକାର ତଥା ବୁଦ୍ଧିଜୀବୀ ନବ କିଶୋର ରଥ, ବରିଷ୍ଠ ନାଗରିକ କଳାକାର ନବୀନ କିଶୋର ପଣ୍ଡା, ସାମ୍ୱାଦିକ ତଥା କଳାକାର ଉତ୍ପଳ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଜିଲାରେ କଳା, ସଂସ୍କୃତି ଓ ନାଟକ ର ପ୍ରଚାର ଓ ପ୍ରସାର ସହିତ ନୂତନ କଳାକାର ସ୍ରୁଷ୍ଟି କରିବା ଦିଗରେ ବନାନୀ ର ଅବଦାନ କୁ ଭୂୟସୀ ପ୍ରଶଂସା କରିଥିଲେ l ଏହି ଅବସରରେ ‘ଦୁନିଆ ଏକ ରଙ୍ଗମଞ୍ଚ ‘ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଭଲ ବହି, ନିର୍ଦେଶନା ସହ କଳାକାର ମାନେ ମନ ଛୁଆଁ ଅଭିନୟ କଲେ ଦର୍ଶକ ମଞ୍ଚ ନାଟକ ପ୍ରତି ଆଗ୍ରହ ପ୍ରକାଶ କରିବେ ବୋଲି ମୁଖ୍ୟ ଅତିଥି ପାତ୍ର ମତ ଦେଇଥିଲେ l ବରିଷ୍ଠ ସାମ୍ବାଦିକ ତଥା ବନାନୀ କଳା ସଙ୍ଗମ ର ସାଧାରଣ ସମ୍ପାଦକ ସୁନୀଲ ପଟନାୟକ ସ୍ୱାଗତ ଭାଷଣଓ ଧନ୍ୟ ବାଦ ଦେଇଥିଲେ l ବନାନୀ ର ସହ ସମ୍ପାଦକତଥା ସାମ୍ବାଦିକ କ୍ଷିତୀଶ ମଲିକ, ସଦସ୍ୟ ଦିଲୀପ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l
