ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟରେ ଠାରେ ବ୍ଲକ ସ୍ଥରୀୟ କ୍ରୀଡା ଉଦଯାପିତ ।
ଗଜପତି (ମନୋଜ ପାଢୀ )ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ଥରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷୟିତ୍ରୀ ବିନତି ନାୟକଙ୍କ ସଂଯୋଜନା ରେ ଓ ଖେଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ଙ୍କ ତତ୍ୱାବଧାନ ରେ ଆୟୋଜିତ କ୍ରୀଡା ଉତ୍ସବ ରେ ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ମଦନ କହଁର, ସମ୍ମାନିତ ଅତିଥି ଚନ୍ଦ୍ରଗିରି ସରପଞ୍ଚ ରଜନୀ କାନ୍ତ ପ୍ରଧାନ ଓ ମୁଖ୍ୟବକ୍ତା ସମାଜସେବୀ ତ୍ରିଲୋଚନ ଦଳପତି ଯୋଗଦେଇଥିଲେ l ଗତ ଦୁଇ ଦିନ ଧରି ଆୟୋଜିତ ଏହି କ୍ରୀଡା ଉତ୍ସବ ରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ର ୫୦୦ ରୁ ଅଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ l ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଦୌଡ଼, ଲମ୍ବଡିଆଁ, ଉଚ୍ଚ ଡିଆଁ, ଚେସ, ଯୋଗ, ବ୍ୟାଡ଼ମିଣ୍ଟନ, କବାଡି, ଜୁଡୋ, ଡ଼ିସକାସ ଥ୍ରୋ, ସଟପୁଟ, ଭଲିବଲ ଆଦି ପ୍ରତିଯୋଗିତା ହୋଇଥିଲା l କ୍ରୀଡା ପ୍ରତିଯୋଗିତା କୁ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଖେଳ ଶିକ୍ଷକ, ଚନ୍ଦ୍ରଗିରି ବାଳକ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଏମ. ଦିଲ୍ଲୀପ କୁମାର, ସୁନିତା ଭୂୟାଁ, ସିଲୁ ପ୍ରଧାନ, ଗୌତମୀ ପରିଡା, ଚିନୁସ୍ମିତା ପ୍ରଧାନ, ବିଶ୍ୱନାଥ ପାଇକ, ରଶ୍ମିତା କାର୍ଜି, ଜିତନ ନାୟକ, ମୋନାଲିସା ବିଶ୍ୱାଳ, କେଦାର ଗୌରୀ ସାହୁ, ଅଶୋକ ବୈଠlରୁ, ଗାୟତ୍ରୀ ପାଇକ, ପରିଚାଳନା କରିଛନ୍ତି l
