ନୁଆଗଡ ବ୍ଲକରେ ଜିଲ୍ଲା ସ୍ତରୀୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା।

ନୁଆଗଡ ବ୍ଲକରେ ଜିଲ୍ଲା ସ୍ତରୀୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା।
Spread the love

ନୁଆଗଡ ବ୍ଲକରେ ଜିଲ୍ଲା ସ୍ତରୀୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା।

ଆର,ଉଦୟଗିରି (ମନୋଜ ପାଢୀ) ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଖଜୁରୀପଦା ମହାବୀର କଲ୍ୟାଣମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଆତ୍ମ ନିର୍ଭର ଉପରେ ଗୁରୁତ୍ବ ଦେଇ ଅର୍ଥନୈତିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ଅନେକ ଯୋଜନା କରିବା ସହିତ ପ୍ରତି ଘରେ ସ୍ୱଦେଶୀ ବସ୍ତୁ ର ପ୍ରଚାର ପ୍ରସାର କରିବା କୁ ଗୁରୁତ୍ବ ଦେବା ନିମନ୍ତେ”ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ” ଆରମ୍ଭ କରାଯାଇଛି। ଗତ ସେପ୍ଟେମ୍ବର ୨୫ ତାରିଖ ତଥା ଦିନ ଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ଠାରୁ ଆରମ୍ଭ ହୋଇ ଡିସେମ୍ବର ୨୫ ଭାରତ ରତ୍ନ ଅଟଳବିହାରି ବାଜପେୟୀ ଙ୍କ ଜୟନ୍ତୀ ପର୍ୟ୍ୟନ୍ତ ଦୀର୍ଘ ୧୦୦ ଦିନ ଧରି ଏହି ଅଭିଯାନ ଚାଲୁ ରହିବ। ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ନବକିଶୋର ଶବର ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ବେଳେ ଆତ୍ମ ନିର୍ଭର ଭାରତ ଅଭିଯାନ ର ରାଜ୍ୟ ସଂଯୋଜିକା ସୁଜାତା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥି ସହିତ ଜିଲ୍ଲା ସଂଯୋଜକ ଇ ପ୍ରଶାନ୍ତ, ହରେକୃଷ୍ଣ ପଣ୍ଡା, ତପନ କୁମାର ନାୟକ ଜିଲ୍ଲା ସାଂସଦ ପ୍ରତିନିଧି ଆର ବିଜୟ କୁମାର ଙ୍କ ସମେତ ଜିଲ୍ଲା ର ବରିଷ୍ଠ କାର୍ଯ୍ୟକର୍ତ୍ତା ଗଣ ଯୋଗଦେଇଥିଲେ।