ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ତାତିଲେ ଗ୍ରାମ ବାସୀ , ଅବରୋଧ କଲେ ଜାତୀୟ ରାଜପଥ ଅଟକ ରଖିଲେ ବିଦ୍ୟୁତ୍ ବିଭାଗ ଗାଡ଼ି ।

ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ତାତିଲେ ଗ୍ରାମ ବାସୀ , ଅବରୋଧ କଲେ ଜାତୀୟ ରାଜପଥ ଅଟକ ରଖିଲେ ବିଦ୍ୟୁତ୍ ବିଭାଗ ଗାଡ଼ି ।
Spread the love

ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ତାତିଲେ ଗ୍ରାମ ବାସୀ , ଅବରୋଧ କଲେ ଜାତୀୟ ରାଜପଥ ଅଟକ ରଖିଲେ ବିଦ୍ୟୁତ୍ ବିଭାଗ ଗାଡ଼ି ।

ଆର,ଉଦୟଗିରି -(ମନୋଜ କୁମାର ପାଢୀ) ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦ ରେ ଜାତୀୟ ରାଜପଥ କୁ ଅବରୋଧ କରିବାସହ ବିଦ୍ୟୁତ୍ ବିଭାଗ ଗାଡ଼ିକୁ ଅଟକ ରଖି ଛନ୍ତି ଗ୍ରାମବାସୀ ଏଭଳି ଘଟଣା ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମରେ, ବହୁ ଦିନ ଧରି ଏହି ଅଞ୍ଚଳ ରେ ବିଦ୍ୟୁତ ବିଭାଗ ପକ୍ଷରୁ ଦିନକୁ 10 ରୁ 12 ଥର ତୁହାକୁ ତୁହା ବିଦ୍ୟୁତ କାଟ କରାଯାଉଛି ଫଳରେ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ତେଣୁ ଉତ୍ୟକ୍ତ ଲୋକେ ଆଜି ରାଜ ରାସ୍ତା କୁ ଓଲ୍ହାଇଛନ୍ତି, ରାସ୍ତାରୋକ ଫଳରେ ଜ଼ିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ସହ ମୋହନା ଏବଂ ବ୍ରହ୍ମପୁର କୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି l