ସେମିଳିଗୁଡାକୁ ଉପଖଣ୍ଡ ମାନ୍ୟତାପାଇଁ ଦାବୀ ଜୋର ଧରିଲା।

ସେମିଳିଗୁଡାକୁ ଉପଖଣ୍ଡ ମାନ୍ୟତାପାଇଁ ଦାବୀ ଜୋର ଧରିଲା।ସର୍ବ ସାଧାରଣ ସଭା ଆୟୋଜନ.
Spread the love

ସେମିଳିଗୁଡାକୁ ଉପଖଣ୍ଡ ମାନ୍ୟତାପାଇଁ ଦାବୀ ଜୋର ଧରିଲା।ସର୍ବ ସାଧାରଣ ସଭା ଆୟୋଜନ. ସେମିଳିଗୁଡା.ତାରିଖ ୨୧,୯,୨୦୨୫,ସେମିଳିଗୁଡା ଓ ଏହାର ଆଖପାଖ ଅଞ୍ଚଳକୁ ନେଇ ଉପଖଣ୍ଡ ମାନ୍ୟତା ଦାବୀକରି ସେମିଳିଗୁଡା ପୁରାତନ ବସଷ୍ଟାଣ୍ଡରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସେମିଳିଗୁଡା,ସୁନାବେଡା,ଦାମନଯୋଡି,ପଟାଂଗୀ,ଲମତାପୁଟ ଅଂଚଳର ବହୁ ଲୋକ ଯୋଗ ଦେଇ ଥିଲେ। ସଭାରେ ବରିଷ୍ଠ ଭୂଦାନ କର୍ମୀ କୃଷ୍ଣ ସିଂ ଅଧ୍ୟକ୍ଷତା କରିଥିଲେ। ସେମିଳିଗୁଡା ବିକାଶ ପରିଷଦର ଉପଦେଷ୍ଟା ବରିଷ୍ଠ ଶିକ୍ଷାବିତ ଡକ୍ଟର ଚିତ୍ତରଞ୍ଜନ ମିଶ୍ର ଉପଖଣ୍ଡର ରୂପରେଖ ,ଆବଶ୍ୟକତା ,ଆଗାମୀ କର୍ମପନ୍ଥା ବିଷୟରେ ଆଲୋକପାତ କରିଥିଲେ। ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ,ପିତମ ପାଢୀ,ପ୍ରଫୁଲ କୁମାର ପାଂଗୀ ନିଜ ନିଜର ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ଯରେ ପୌରାଧ୍ୟକ୍ଷ ରାଜେନ୍ଦ୍ର ପାତ୍ର,ବ୍ଳକ ଉପାଧ୍ୟକ୍ଷ ଶିବା ବାଂଗାରୀ,ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ,ପୌର ଉପାଧ୍ୟକ୍ଷା ରିତୁ କଣ୍ଟା,ବିଜେପି ନେତା ସୁମନ୍ତ ପ୍ରଧାନ,ଜଗନ୍ନାଥ ହନ୍ତାଳ ପ୍ରମୁଖ ନିଜ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ। ବିକାଶ ପରିଷଦର ସାଧାରଣ ସଂପାଦିକା ସ୍ନିଗ୍ଧାରାଣୀ ମିଶ୍ର ସଭାକାର୍ଯ୍ଯ ପରିଚାଳନାରେ ସହଯୋଗ କରିଥିଲେ।ଆସନ୍ତା କାଲି ମୂଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳ କୋରାପୁଟଙ୍କୁ ଏକ ଦାବୀପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆ ଯାଇଛି।ଉପଖଣ୍ଡରେ ସ୍ଥିରୀକୃତ ହୋଇ ଥିବା ସମସ୍ତ ବ୍ଳକ ଓ ଅଂଚନରେ ବୈଠକରେ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ କରିବାପାଇଁ ନିଷ୍ପତ୍ତି ନିଆ ଯାଇଛି।ଅଜୟ ସାହୁ ସଂଯୋଜନା କରିଥିଲେ ।