ମା ‘ କୁରେଇଶୁଣୀଙ୍କ ୧୨ ଦିନଆ ବାଲିଯାତ୍ର ଉଦ୍ଯାପିତ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକ ରାମଗିରି ସ୍ଥିତ ପ୍ରସିଦ୍ଧ ମା’ କୁରେଇଶୁଣୀଙ୍କ ବାଲିଯାତ୍ରା ଶୁକ୍ରବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି । ମା’ ଙ୍କ ୧୨ ଦିନିଆ ବାଲିଯାତ୍ରାର ଅନ୍ତିମ ଦିବସରେ ମାଆ ବେଜୁଙ୍କ ଜରିଆରେ କଣ୍ଟା ଦୋଳି ଏବଂ ନିଆଁରେ ଚାଲିବା ଦେଖିବାକୁ ଦୂର ଦୂରାନ୍ତ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା । ମା’ ନିଜେ ନିଆଁରେ ଚାଲିଥିଲେ । ଗ୍ରାମବାସୀ ଓ ମନ୍ଦିର ପରିଚାଳନା କମିଟି ସହଯୋଗରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ରାମଗିରି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଏବଂ ମା’ ଙ୍କ ଯାତ୍ରା ଦେଖିବା ପାଇଁ ଆସିଥିବା ଉକ୍ତ ମାନଙ୍କୁ ହାଲୁଆ ପ୍ରସାଦ ବଣ୍ଟନ କରାଯାଇଥିଲା । ସ୍ଥାନୀୟ ଯୁବକସଂଘ ସହଯୋଗ କରିଥିଲେ । ଯାତ୍ରା ଶେଷରେ ଦୂର ଦୁରାନ୍ତରୁ ଆସିଥିବା ଭକ୍ତ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ “ମହିଷାସୁର ବଦ୍ଧ ” ପରିବେଷଣ କରାଯାଇଥିଲା ।
