ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା – ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ମୁଖ୍ୟମନ୍ତ୍ରୀ ବସ୍ ସେବାକୁ ସରକାର ଅନୁମୋଦନ କରିଛି।
ଗଣଶିକ୍ଷା ବିଭାଗର ସଚିବ, ବ୍ୟବସ୍ଥା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି।
ଏହି ବ୍ୟବସ୍ଥାରେ —
ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାଗଣା ବସ୍ ଯାତ୍ରା କରିପାରିବେ।
ସ୍କୁଲ୍ ID କାର୍ଡ ଦେଖାଇବା ସହ ୟୁନିଫର୍ମ ପିନ୍ଧିଲେ ବସ୍ରେ ମାଗଣା ଯାତ୍ରା ସୁବିଧା ମିଳିବ।
OSRTCକୁ (ଓଡିଶା ରାଜ୍ୟ ସଡକ ପରିବହନ ନିଗମ) ଛାତ୍ରଛାତ୍ରୀମାନଙ୍କ ଯାଉଥିବା ରୁଟ୍ ଓ ଟାଇମିଂ ଖତିଆନ କରି ଅଧିକରୁ ଅଧିକ ପିଲାଙ୍କୁ ସେବା ଦେବାକୁ ଅନୁରୋଧ କରାଯାଇଛି।
ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଏନେଇ ସବିଶେଷ ତଥ୍ୟ ଦେବାକୁ ପରାମର୍ଶ ଦିଆଯାଇଛି।
ଏହି ପଦକ୍ଷେପରୁ ରାଜ୍ୟର ଲକ୍ଷେ ଲକ୍ଷ ସ୍କୁଲ୍ ପିଲାଙ୍କୁ ମାଗଣା ଯାତାୟାତରେ ସହାୟତା ମିଳିବ।
